ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ବ୍ରହ୍ମବରଦା ଥାନା ହାଜତରୁ ଜଣେ ଅଭିଯୁକ୍ତ ଫେରାର ହୋଇଥିଲେ । ଏହି ଘଟଣାର ତଦନ୍ତ କରି ଯାଜପୁର ଏସପି ୟସ ପ୍ରତାପ ଶ୍ରୀମଲ କର୍ତ୍ତବ୍ୟରେ ଅବହେଳା ପାଇଁ ଜଣେ ଏଏସଆଇ ଓ ଦୁଇ ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବନ ହୋଇଥିବା ଏଏସଆଇ ହେଲେ ଅଚ୍ୟୁତାନନ୍ଦ ଦାସ ଓ ଦୁଇ କନେଷ୍ଟବଳ ହେଲେ ଵିଦ୍ୟାପତି ପଲେଇ ଓ ସନ୍ତୋଷ ସାହୁ। ଯାଜପୁର ରୋଡ଼ ଏସଡ଼ିପିଓ ଶରତ ଚନ୍ଦ୍ର ପାତ୍ରଙ୍କ ଦ୍ୱାରା ବିଭାଗୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଯାଜପୁର ଏସପି ।




















