ଓଡ଼ିଶା ଲିଡ୍ସ(ବ୍ୟୁରୋ): ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ୍ ପାଇବାକୁ ଯାଉଥିବା ଓଡ଼ିଶାର ସୁଖ୍ୟାତ ସାହିତ୍ୟିକା ପ୍ରତିଭା ରାୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଵିରୋଧି ଦଳ ନେତା ନବୀନ ପଟ୍ଟନାୟକ। ସେ ନିଜ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଏହା ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ନିଜ ଉତ୍କୃଷ୍ଟ ରଚନା ମାଧ୍ୟମରେ ସେ ସମଗ୍ର ସାରସ୍ୱତ ଜଗତରେ ଓଡ଼ିଶାର ସୁନାମ ବଢ଼ାଇଛନ୍ତି। ଆଗାମୀ ଦିନରେ ତାଙ୍କ ଲେଖନୀ ଆହୁରି ସମୃଦ୍ଧ ହେଉ, ତାଙ୍କର ଆହୁରି ସଫଳତା କାମନା କରୁଛି।




















