ଓଡ଼ିଶା ଲିଡ୍ସ(ବ୍ୟୁରୋ): ପଶ୍ଚିମବଙ୍ଗରେ ଓଡ଼ିଶା ବିଜେପି ନେତାଙ୍କୁ ପ୍ରଚାର ସମୟରେ ଆକ୍ରମଣ ହୋଇଛି । ଏହା ସହିତ ଗାଡ଼ି ଭଙ୍ଗାରୁଜା ମଧ୍ୟ ହୋଇଛି ।ଗତକାଲି ରାତିରେ ଏଗ୍ରା-୧ ବ୍ଲକର କସବାଗୋଲା ଅଞ୍ଚଳରେ ବିଜେପି ପକ୍ଷରୁ ପ୍ରଚାର ଚାଲିଥିଲା। ଏହି ସମୟରେ ତୃଣମୂଳ କଂଗ୍ରେସ କର୍ମୀମାନେ ବିଜେପି କର୍ମୀଙ୍କ ଗାଡି ଉପରେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି । ଓଡ଼ିଶା ନେତାମାନେ ଗାଡିରେ ଥିଲେ। ସେମାନେ ଫେରୁଥିବା ବେଳେ ତୃଣମୂଳ କଂଗ୍ରେସ ସମର୍ଥିତ କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ତୃଣମୂଳ କଂଗ୍ରେସ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ବିଜେପି ବାହାର ରାଜ୍ୟରୁ ଲୋକ ଆଣି ନିର୍ବାଚନ ମଣ୍ଡଳୀରେ ଅଶାନ୍ତି ସୃଷ୍ଟି କରୁଥିବା କହିଛି ।
ଉତ୍ତେଜନା ବ୍ୟାପିବା ପରେ ଏଗ୍ରା ଥାନା ପୋଲିସ ଏବଂ କେନ୍ଦ୍ରୀୟ ବାହିନୀ ଘଟଣାସ୍ଥଳକୁ ଯାଇ ବିଜେପି କର୍ମୀମାନଙ୍କୁ ଉଦ୍ଧାର କରି ଚିକତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ । ଅନ୍ୟପକ୍ଷରେ ଖବର ପାଇ ଏହି ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଓଡ଼ିଶାର ବରୀ ନିର୍ବାଚନ ମଣ୍ଡଳୀ ନେତା ଉମେଶ ଜେନା ମେଡିକାଲରେ ପହଞ୍ଚି ଆହତଙ୍କ ଚିକିତ୍ସା ବ୍ୟବସ୍ଥା କରିବା ସହିତ ଘଟଣାର ତୀବ୍ର ନିନ୍ଦା କରିଥିଲେ ।




















