ଓଡ଼ିଶା ଲିଡ୍ସ(ଯାଜପୁର): ଦାନଗଦୀ ବ୍ଲକ ପଙ୍କପାଳ ପଞ୍ଚାୟତର ଯୁବ ସରପଞ୍ଚ ସ୍ମୃତିରଞ୍ଜନ ଜେନା (ମିଟିକା)ଙ୍କ ଅକାଳ ବିୟୋଗ ଖବର ପାଇ ଗଭୀର ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ । ନିଜ ଶୋକ ବର୍ତ୍ତାରେ ଇଂ ଘଡାଇ କହିଛନ୍ତି ଏଭଳି ଦୁଃଖଦ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ। ଭଗବାନଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। ପ୍ରଭୁ ଶ୍ରୀଜଗନ୍ନାଥ ସେହି ଅମର ଆତ୍ମାଙ୍କୁ ତାଙ୍କ ପାଦ ପଦ୍ମରେ ସ୍ଥାନ ଦିଅନ୍ତୁ। ଏଭଳି କଠିନ ସମୟରେ ତାଙ୍କ ପରିବାରବର୍ଗଙ୍କୁ ଭଗବାନ ଅସୀମ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ ବୋଲି କାମନା କରିଛନ୍ତି ଇଂ ଘଡାଇ ।




















