ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ
ଓଡ଼ିଶା ଲିଡ୍ସ(ଯାଜପୁର): ୫୩ ନମ୍ବର ଜାତୀୟ ରାଜପଥ ବରଡା ଛକ ନିକଟରେ ଏକ ବରଯାତ୍ରୀ ବୋଲେରୋ ଛିଡା ହୋଇଥିବା ଟ୍ରକ ପଛକୁ ଧକ୍କା ଦେବାରୁ ବୋଲେରୋରେ ଥିବା ୫ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇ ଯାଇଛି । ମୃତକ ମାନେ ବଡ଼ଚଣା ଅଞ୍ଚଳର ବୋଲି ଜଣାଯାଇଛି । ଗତକାଲି ରାତିରେ ବଡ଼ଚଣା ଥାନା ଶାସନପୁରୁଷୋତ୍ତମପୁର ଗ୍ରାମରୁ କେଉଁଝରକୁ ୭ରୁ ଉର୍ଦ୍ଧ୍ବ ବରଯାତ୍ରୀ ନେଇ ଯାଇଥିଲା ଏଇ ବୋଲେରୋ ଗାଡି। ଆଜି ସକାଳ ସମୟରେ ସେଠାରୁ ଫେରୁଥିଲା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଖବର ପାଇ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ ଗଭୀର ଶୋକ ପ୍ରକାଶ କରିଛନ୍ତି ।




















