ଓଡ଼ିଶା ଲିଡ୍ସ(ବ୍ୟୁରୋ):ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବ୍ରହ୍ମକନ୍ୟା ଫାଉଣ୍ଡେସନ୍ ତରଫରୁ ଏକ ଯୋଗ ଶିବିର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂସ୍ଥାର ସଦସ୍ୟ, ସଦସ୍ୟା, ଯୁବକ-ଯୁବତୀ ଏବଂ ସ୍ଥାନୀୟ ଅଞ୍ଚଳର ଅନେକ ଲୋକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ଯୋଗ ବିଶେଷଜ୍ଞଙ୍କ ନିର୍ଦ୍ଦେଶନାରେ ବିଭିନ୍ନ ଯୋଗାସନ, ପ୍ରାଣାୟାମ ଏବଂ ଧ୍ୟାନ ଅଭ୍ୟାସ କରାଯାଇଥିଲା। ଯୋଗ ମାଧ୍ୟମରେ ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି ଓ ସୁସ୍ଥ ଜୀବନଶୈଳୀର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଯାଇଥିଲା।
ବ୍ରହ୍ମକନ୍ୟା ଫାଉଣ୍ଡେସନ୍ ସମାଜରେ ସ୍ୱାସ୍ଥ୍ୟ, ସଚେତନତା ଏବଂ ସକାରାତ୍ମକ ଜୀବନମୂଲ୍ୟର ପ୍ରଚାର ପାଇଁ ସଦା ପ୍ରୟାସରତ ରହିଛି। ଏହି ଯୋଗ ଦିବସ ପାଳନ କାର୍ଯ୍ୟକ୍ରମ ସମସ୍ତଙ୍କୁ “ସୁସ୍ଥ ଶରୀର, ସୁସ୍ଥ ମନ”ର ବାର୍ତ୍ତା ପ୍ରଦାନ କରିଥିଲା।




















