ଓଡ଼ିଶା ଲିଡ୍ସ(ବ୍ୟୁରୋ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୋଷ୍ୟ ଗ୍ରାମ ମୋଛୁଆରେ ବନ ମହୋତ୍ସବ ଉତ୍ସବ ପାଳିତ ହୋଇଛି । ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ପ୍ରେରଣା ଏବଂ ପିଜି କାଉନ୍ସିଲ୍ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ ଅଗ୍ରୱାଲାଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଓ କର୍ମଚାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ଉଦ୍ଭିଦ ବିଜ୍ଞାନ ବିଭାଗର ସଂଯୋଜକ ଡ଼. ମିହିର ତନୟ ଦାସ, ଡ଼. ରାଜଶ୍ରୀ ଦାସ ଏବଂ ଡ଼. ବିଶ୍ୱଜିତ ପାତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ପରିବେଶ ସୁରକ୍ଷା ଓ ସବୁଜ ପରିବେଶ ଗଠନର ବାର୍ତ୍ତା ଦେଇଥିଲେ।
ଏହି ଅବସରରେ ବାୟୋସାଇନ୍ସ ଓ ବାୟୋଟେକ୍ନୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଭାସ୍କର ବେହେରା ଏବଂ ପରିବେଶ ବିଜ୍ଞାନ ବିଭାଗର ପ୍ରଫେସର ରଣୀନ୍ଦ୍ର କୁମାର ନାୟକ ମଧ୍ୟ ଯୋଗଦେଇ ବୃକ୍ଷରୋପଣର ଗୁରୁତ୍ୱ ଓ ପରିବେଶ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ସୁରକ୍ଷା ପ୍ରତି ସାମୂହିକ ଦାୟିତ୍ୱବୋଧ ଏବଂ ସବୁଜ ଭବିଷ୍ୟତ ଗଠନର ସଙ୍କଳ୍ପକୁ ଦୃଢ଼ କରାଯାଇଥିଲା ।




















