ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ବିଜେଡିର ପୂର୍ବତନ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ।ଆଜି ଭୁବନେଶ୍ବର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଆଜିର ଏହି ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲଙ୍କ ସହିତ ବହୁ ବରିଷ୍ଠ ନେତା ଯୋଗଦାନ କରି ପ୍ରଭାତଙ୍କୁ ସ୍ୱାଗତ କରିଥିଲେ । ପ୍ରଭାତ ରଞ୍ଜନ ବିଶ୍ବାଳ ଚୌଦ୍ବାର-କଟକର ପୂର୍ବତନ ବିଧାୟକ ରହିଥିଲା ବେଳେ ତାଙ୍କ ପୁଅ ସୌଭିକ ବିଶ୍ୱାଳ ମଧ୍ୟ ଏବେ ବିଧାୟକ ରହିଛନ୍ତି । ପ୍ରଭାତ ଆଜି ତାଙ୍କ ଶତାଧିକ ସମର୍ଥଙ୍କ ସହିତ ବିଜେପିରେ ଯୋଗଦାନ କରିଥିଲା ବେଳେ ଆଗକୁ କଟକ ଜିଲ୍ଲାରେ ବିଜେଡି ସଂଗଠନ ଉପରେ ଏହାର ବ୍ୟାପକ ପ୍ରଭାବ ପଡିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।




















