ଓଡ଼ିଶା ଲିଡ୍ସ(ବ୍ୟୁରୋ): ପାଠ୍ୟ ପୁସ୍ତକରେ ତ୍ରୁଟିକୁ ନେଇ ରାଜ୍ୟ ସରକାର ଚାରିଆଡ଼ୁ ସମାଲୋଚନାର ଶିକାର ହେବା ପରେ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ କ୍ରାଇମବ୍ରାଞ୍ଚ ହାତରେ ଦେଇଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତ ଭାର ଗ୍ରହଣ କଲାପରେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଛି । ପୁସ୍ତକରେ ତ୍ରୁଟି ମାମଲାରେ ଆଜି ମନୋଜ ପାଢ଼ୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ମନୋଜ ପାଢ଼ୀ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ଥିଲେ । ଆଜି କ୍ରାଇମବ୍ରାଞ୍ଚ ତାଙ୍କୁ ମାରାଥନ ଜେରା କରିଥିଲା । ଜେରା କରିବା ପରେ ଗିରଫ କରିଛି । ପୂର୍ବରୁ ଏହି ମାମଲାରେ ମନୋଜ ପାଢ଼ୀ ଓ ଅନ୍ୟ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ କରାଯାଇଥିଲା । କେବଳ ସେତିକି ନୁହେଁ ସରକାର କଠୋର ଆଭିମୁଖ୍ୟ ଦେଖାଇ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଥିଲେ । ଏବେ ମନୋଜ ପାଢ଼ୀ ଗିରଫ ହେବା ପରେ ଅନ୍ୟ ନିଲମ୍ବିତ କର୍ମଚାରୀଙ୍କ ଚିନ୍ତା ମଧ୍ୟ ବଢି ଯାଇଛି । କାରଣ ଯେ କୌଣସି ସମୟରେ କ୍ରାଇମବ୍ରାଞ୍ଚ ସେମାନଙ୍କ ନିକଟରେ ପହଞ୍ଚିବାର ଆଶଙ୍କା ସୃଷ୍ଟି ହୋଇଛି ।




















