ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ସହର ସନ୍ନିକଟ ଲଳିତେଶ୍ୱର ନଗର ରାସ୍ତାରେ ସୃଷ୍ଟି ହୋଇଥିବା ଖାଲରେ ପଡି ବହୁ ସଂଖ୍ୟାରେ ବାଇକ ଚାଳକ ଆହତ ହେଉଛନ୍ତି । ଆଜକୁ ବେଶ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଖାଲ ବର୍ଷା ପାଣି ଜମି ବଡ଼ ବଡ଼ ଖାଲରେ ପରିଣତ ହୋଇ ଦୁର୍ଘଟଣାର କାରଣ ସାଜିଛି । ବର୍ଷା ହେଲେ ଏହି ସ୍ଥାନରେ ବିପୁଳ ପାଣି ଜମି ରହୁଛି । “ଓଡ଼ିଶା ଲିଡ୍ସ”ରେ ଖବର ପ୍ରସାରଣ ପରେ ଖାଲରେ ପଥର ଗୁଣ୍ଡ ପକା ଯାଇ ମରାମତି କରାଯାଇଥିଲା । ହେଲେ ଗତକାଲି ରାତିର ବର୍ଷାରେ ଏହା ଉଠି ଯାଇ ଯେଉଁ ଖାଲକୁ ସେଇ ଖାଲ ହୋଇ ଯାଇଛି । ଏହି ସ୍ଥାନରେ ଜମି ରହୁଥିବା ପାଣିକୁ ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବା ସହିତ ରାସ୍ତାର ସ୍ଥାୟୀ ମରାମତି ପାଇଁ ଅଜୟ କୁମାର ଦାସ, ବିନୟ ଭୂଷଣ ପଟ୍ଟନାୟକ, ଦେବଦତ୍ତ ଦାସ ପ୍ରମୁଖ ଦାବି କରିଛନ୍ତି ।




















