ଓଡ଼ିଶା ଲିଡ୍ସ(ଯାଜପୁର): ଖରସ୍ରୋତା ନଦୀରେ ବନ୍ୟା ଜଳ ବୃଦ୍ଧି ପାଇବା ସହିତ କୁମ୍ଭୀର ଆତଙ୍କ ଦେଖା ଦେଇଛି । ଆଜି ଯାଜପୁର ବ୍ଲକ ଛତିଶଦେବିଲ ଋଷିପୁର ଗ୍ରାମର ରନ୍ଥା ଜେନା(୫୩)ଙ୍କୁ କୁମ୍ଭୀର ନଦୀରୁ ଟାଣି ନେଉଛି । ରନ୍ଥା ଦିନ ପ୍ରାୟ ତିନିଟା ବେଳେ ବିଲରୁ କାମ ସାରି ନଦୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଏହି ଅଘଟଣ ଘଟିଥିଲା । ଗ୍ରାମବାସୀ ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦେଲା ପରେ ଅଗ୍ନିଶମ ବିଭାଗର କର୍ମଚାରୀ ଵୋଟ ଧରି ବହୁ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ପାଇନଥିଲେ । ଏହି ଘଟଣା ଗ୍ରାମବାସୀଙ୍କୁ ଆତଙ୍କିତ କରି ଦେଇଛି ।





















