ଓଡ଼ିଶା ଲିଡ୍ସ(ଯାଜପୁର): ଲଗାଣ ବର୍ଷା ଫଳରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାଜପୁରରେ ପ୍ରବାହିତ ବୈତରଣୀ ନଦୀରେ ବଡ଼ ବନ୍ୟା ଆସିବାର ଆଶଙ୍କା ରହିଛି । ତେଣୁ ନଦୀ ଅଵବାହିକାରେ ରହୁଥିବା ଲୋକମାନେ ସତର୍କ ରହିବାକୁ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ପରାମର୍ଶ ଦେଇଛନ୍ତି । ଜନ ସାଧାରଣ ଭୟଭୀତ ନ ହୋଇ ସୁରକ୍ଷିତ ସ୍ଥାନକୁ ଚାଲିଯିବା କୁ ସେ ପରାମର୍ଶ ଦେଇଛନ୍ତି । ଏହା ସହିତ ଜିଲ୍ଲା ପ୍ରଶାସନ ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ କିଭଳି ସ୍ଥାନାନ୍ତର କରାଯାଇ ପାରିବ ସେ ନେଇ ପଦକ୍ଷେପ ନେବାକୁ ସେ ପରାମର୍ଶ ମଧ୍ୟ ଦେଇଛନ୍ତି ।




















