ଓଡ଼ିଶା ଲିଡ୍ସ(ବ୍ୟୁରୋ): ମୁଣ୍ଡଳୀଠାରେ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି । ମହାନଦୀରେ ଚଳିତ ବର୍ଷର ବଡ଼ ବନ୍ୟା ଆସୁଥିବାରୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି । ମୁଣ୍ଡୁଳୀରେ ପ୍ରତି ସେକେଣ୍ଡରେ ୮ ଲକ୍ଷ କ୍ୟୁସେକ୍ରୁ ଅଧିକ ଜଳ ନିଷ୍କାସନ ହେଉଛି । ଉପରୁ ଅଧିକ ପାଣି ଆସୁଥିବାରୁ ବର୍ତ୍ତମାନ ମୁଣ୍ଡଳୀରେ ସମସ୍ତ ୧୦ଟି ଗେଟ୍ ଖୋଲା ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ପ୍ରାୟ ୯ ଲକ୍ଷ କ୍ୟୁସେକ୍ ପାଣି ଆସିବା ସମ୍ଭାବନା ରହିଥିବା ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।




















