ଓଡ଼ିଶା ଲିଡ୍ସ(ଦଶରଥପୁର): ଦଶରଥପୁର ଥାନା ପକ୍ଷରୁ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦଶରଥପୁର ଥାନାଧିକାରୀ ସୁବ୍ରତ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଜନୀକାନ୍ତ ମଲ୍ଲିକ ସଭାପତିତ୍ୱ କରିଥିଲେ। ଥାନାଧିକାରୀ ଶ୍ରୀ ସାହୁଙ୍କ ସମେତ ଦଶରଥପୁର ଥାନାର ଅନ୍ୟ ଅଧିକାରୀ ଓ ସହକର୍ମୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସାଇବର ଠକେଇର ତରିକା ଓ ସେଥିରୁ ଦୁରେଇ ରହିବାର ବିଭିନ୍ନ ଉପାୟ ସମ୍ପର୍କରେ ଅବଗତ କରିଥିଲେ । ସାଇବର ଠକେଇ ପ୍ରତି ନିଜେ ସଚେତନ ରହିବା ସହ ଅନ୍ୟମାନଙ୍କୁ ସଚେତନ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ଦେବଦତ୍ତ ବେହେରା, ହରିହର ନାୟକ, ସୁବ୍ରତ କୁମାର ସାହୁ, ହରିହର ଜେନା, ମାନସ ରଞ୍ଜନ ସାହୁ, ଅନିଲ କୁମାର ଦାସ, ସୂର୍ଯ୍ୟନାରାୟଣ ପତି, ଶିକ୍ଷୟିତ୍ରୀ ଲିପସା ସ୍ୱାଇଁ, ଶୁଭପ୍ରିୟା ପଣ୍ଡାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଶିକ୍ଷୟିତ୍ରୀ ଗାୟତ୍ରୀ ପ୍ରିୟଦର୍ଶିନୀ ଦେବତା ଧନ୍ୟବାଦ ଅର୍ପଣ କରିଥିଲେ।





















