ଓଡ଼ିଶା ଲିଡ୍ସ(ଯାଜପୁର): ନିକଟରେ ଯାଜପୁର ର ପ୍ରମୁଖ ରାସ୍ତା ବରୁଆଁ-ଯାଜପୁର ରାସ୍ତାର ଲଳିତେଶ୍ୱର ନଗର ନିକଟ ରାସ୍ତାରେ ବର୍ଷା ପାଣି ଜମି ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲା । ପାଣି ଜମି ରାସ୍ତାରେ ବଡ଼ବଡ଼ ଖାଲ ହୋଇ ଦୁର୍ଘଟଣା ଘଟୁଥିଲା । ଏ ନେଇ ଓଡ଼ିଶା ଲିଡ୍ସରେ ଖବର ପ୍ରକାଶପରେ ରାସ୍ତା ମରାମତି ହୋଇଥିଲା । ପ୍ରବଳ ବର୍ଷା ମଧ୍ୟରେ ଉକ୍ତ ଖାଲରେ ସିମେଣ୍ଟ ଢ଼ଳେଇ ପକା ଯାଇଥିଲା । ଏବେ ଏହା ପୁଣି ଉଠିଯାଇ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ବିପୁଳ ପରିମାଣର ବର୍ଷା ପାଣି ଜମି ରହୁଛି । ଏବେ ପୁଣି ବର୍ଷା ହେବାରୁ ଖାଲ ଖମା ସୃଷ୍ଟି ହୋଇ ଦୁର୍ଘଟଣା ବଢି ଚାଲିଛି । ଏ ନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।




















