ଓଡ଼ିଶା ଲିଡ୍ସ(ଯାଜପୁର): ବ୍ରହ୍ମଣୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ବ୍ରାହ୍ମଣୀ ଓ ତାର ଶାଖା ନଦୀ ଖରସ୍ରୋତାରେ ପୁନର୍ବାର ବନ୍ୟା ଆସିଛି । ଗତକାଲି ସନ୍ଧ୍ୟାରୁ ବ୍ରାହ୍ମଣୀ ଫୁଲିବା ସହିତ ଆଜି ବରୀ ବ୍ଲକ ଅରୁଆଳ ଘାଇ ଦେଇ ବନ୍ୟା ଜଳ ଅନ୍ୟାନ୍ୟ ସ୍ଥାନକୁ ପ୍ରବେଶ କରିଛି । ଗତ ବନ୍ୟାରେ ଏହି ସ୍ଥାନରେ ଘାଇ ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ କରିଥିଲା । ଏହି ଘାଇ ମରାମତି ଠିକ ଭାବେ ହୋଇ ନଥିବାରୁ ଏହି ସ୍ଥାନ ଦେଇ ବନ୍ୟା ଜଳ ପ୍ରବେଶ କରିବା ଦ୍ୱାରା ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହିତ ଧାନ ଚାଷ ବ୍ୟାପକ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।





















