ଓଡ଼ିଶା ଲିଡ୍ସ(ଯାଜପୁର): ଗତକାଲି ରାତିରେ ବଡ଼ଚଣା ନିକଟରେ ଏକ ମର୍ମନ୍ତୁଦ କାର ଦୁର୍ଘଟଣାରେ ବରୀ ବ୍ଲକ କଳାମାଟିଆ ପଞ୍ଚାୟତର ପ୍ରକାଶ ଚନ୍ଦ୍ର ନାୟକଙ୍କ ପୁଅ ପାପୁନ ନାୟକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୧ବର୍ଷ ବୟସ ହୋଇଥିଲା । ସେ ଭୁବନେଶ୍ୱର କିଟ ବିଶ୍ୱବିଦ୍ୟାଳୟରେ ବିଟେକ ଦ୍ଵିତୀୟ ବର୍ଷର ଛାତ୍ର ଥିଲେ । ପାପୁନ ଓ ତାଙ୍କ ସାଙ୍ଗ ଏକ କାରରେ ଯାଇଥିଲା ବେଳେ ତାଙ୍କ ସାଙ୍ଗ କାରଟିକୁ ଚଳାଉଥିଲେ । କାରଟି ରାସ୍ତା ଉପରେ ଥିବା ଏକ କାରକୁ ପଛରୁ ଧକ୍କା ଦେଇଥିଲା । ଏହି ଖବର ପ୍ରଚାରିତ ହେଲା ପରେ ସେ ରହୁଥିବା ଯାଜପୁର ଟାଉନ ଲଳିତେଶ୍ୱର ନଗର ଓ ତାଙ୍କ ଗ୍ରାମ କଳାମାଟିଆରେ ଗଭୀର ଶୋକ ପ୍ରକାଶ ପାଇଛି ।





















