Skip to main content

orissaleads

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

Blog Post

orissaleads > ରାଜ୍ୟ > ନନ୍ଦନକାନନରେ ନୂଆ ଅତିଥି ୫ ଓରାଙ୍ଗଉଟାନ, ପୂର୍ବରୁ ଥିଲା ବିନି

ନନ୍ଦନକାନନରେ ନୂଆ ଅତିଥି ୫ ଓରାଙ୍ଗଉଟାନ, ପୂର୍ବରୁ ଥିଲା ବିନି

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବାଲେଶ୍ବର ଜିଲ୍ଲା ଭୋଗରାଇ ରଣକାଠ ଜଙ୍ଗଲରୁ ମିଳିଥିବା ୫ଟି ଓରାଙ୍ଗଉଟାନ୍‌ ଗତକାଲି ବିଳମ୍ବିତ ରାତିରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପହଞ୍ଚିଛନ୍ତି। ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେମାନଙ୍କୁ ନନ୍ଦନକାନନ ଆଣାଯାଇଛି। ଚିଡିଆଖାନାର ନୂଆ ଅତିଥି ଭାବେ ସେମାନଙ୍କୁ ନନ୍ଦନକାନନ କର୍ତ୍ତୃପକ୍ଷ ସ୍ବାଗତ କରିଛନ୍ତି। ଏକାଥରକେ ପାଞ୍ଚ ପାଞ୍ଚଟି ବିରଳ ଓରାଙ୍ଗଉଟାନ୍‌ ପାଇବା ପରେ ନନ୍ଦନକାନନ କର୍ମଚାରୀମାନଙ୍କ ଭିତରେ ଖୁସିର ଲହରି ଖେଳିଯାଇଛି। ଅନ୍ୟ ପକ୍ଷରେ ଏହି ଖବର ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଖୁସିର ବିଷୟ ହୋଇଛି । ପୂର୍ବରୁ ବିନି ନାମରେ ଏକ ଓରାଙ୍ଗଉଟାନ ନନ୍ଦନକାନନରେ ଥିଲା ବେଳେ ୨୦୧୯ ମସିହାରେ ତାର ମୃତ୍ୟୁ ହୋଇଥିଲା । ଏବେ ସେମାନଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ରଖାଯାଇଛି। ନନ୍ଦନକାନନ କର୍ତ୍ତୁରପକ୍ଷଙ୍କ ସୂଚନା ଅନୁଯାୟୀ ସୁରକ୍ଷା କାରଣରୁ ପ୍ରାୟ ମାସାଧିକ କାଳ ସେମାନଙ୍କୁ ପ୍ରାଣୀ ଚିକିତ୍ସାକେନ୍ଦ୍ର ପରିସରରେ ଥିବା ଶିଶୁ ପ୍ରାଣୀ ଯତ୍ନକେନ୍ଦ୍ରରେ ରଖାଯିବ। ଚିକିତ୍ସକ ଓ ଜନ୍ତୁରକ୍ଷକଙ୍କ ସେବାଯତ୍ନରେ ସେମାନଙ୍କୁ ରଖାଯିବ ଏବଂ ଲାଳନପାଳନ କରାଯିବ। ଏଠିକାର ଜଳବାୟୁ ସହିତ ସେମାନେ ନିଜକୁ ଖାପ ଖୁଆଇବା ପର୍ଯ୍ୟନ୍ତ ଜନ୍ତୁରକ୍ଷକ ଓ ଚିକିତ୍ସକମାନଙ୍କ ୨୪ ଘଣ୍ଟିଆ ନଜରରେ ସେମାନେ ରହିବେ। ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଖୁଆଡ଼ ପ୍ରସ୍ତୁତ କରାଯିବ ଏବଂ ସେତେବେଳେ ହିଁ ପର୍ଯ୍ୟଟକମାନେ ସେମାନଙ୍କୁ ଦେଖିବାର ସୁଯୋଗ ପାଇବେ। ଏବେ ସେମାନଙ୍କୁ ବିଭିନ୍ନ ପ୍ରକାର ତରଳ ଖାଦ୍ୟ ସହିତ କ୍ଷୀର ଦିଆ ଯାଉଛି । ନନ୍ଦନକାନନରେ ମାଈ ଓରାଙ୍ଗଉଟାନ ‘ବିନି’ ୧୬ବର୍ଷ ଧରି ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା।

୨୦୦୩ ନଭେମ୍ବର ୨୦ ତାରିଖରେ ପୁନେସ୍ଥିତ ରାଜୀବ ଗାନ୍ଧୀ ନ୍ୟାସନାଲ ପାର୍କରୁ ବିନିକୁ ଅଣାଯାଇଥିଲା। ୨୦୧୯ ମେ ୨୯ରେ ବିନିର ମୃତ୍ୟୁ ହୋଇଥିଲା। ଏହି ୧୬ବର୍ଷ ଭିତରେ ବିନି ପାଇଁ ପୁରୁଷ ସାଥୀଟିଏ ମିଳିବା ସମ୍ଭବ ହୋଇନଥିଲା। ତେଣୁ ଦୀର୍ଘ ବର୍ଷର ନିଃସଙ୍ଗ ଜୀବନ ପରେ ଶେଷରେ ଆଖି ବୁଜିଦେଇଥିଲା ବିନି । ସେବେଠୁ ପ୍ରାୟ ୮ବର୍ଷ ହେଲା ନନ୍ଦନକାନନରେ ଏହି ବିରଳ ପ୍ରଜାତିର ବନ୍ୟପ୍ରାଣୀ ଦେଖିବାରୁ ପର୍ଯ୍ୟଟକମାନେ ବଞ୍ଚିତ ହୋଇଛନ୍ତି। ବଣମଣିଷ ଭଳି ଦେଖାଯାଉଥିବା ଏହି ବିରଳ ବନ୍ୟପ୍ରାଣୀ ଭାରତର କୌଣସି ଚିଡ଼ିଆଖାନାରେ ଦେଖିବାକୁ ମିଳୁନଥିଲା। ଏବେ କିନ୍ତୁ ନନ୍ଦନକାନନରେ ପର୍ଯ୍ୟଟକମାନେ ୫ଟି ଓରାଙ୍ଗଉଟାନ ଏକା ବେଳେ ଦେଖିବାର ସୁଯୋଗ ପାଇବେ।

ଅନ୍ୟପକ୍ଷରେ ଏହି ବିରଳ ପ୍ରାଣୀ ବାଲେଶ୍ଵର ଜଙ୍ଗଲକୁ କିଭଳି ଆସିଲେ ତାକୁ ନେଇ ଏସଟିଏଫ ତଦନ୍ତ ଆରମ୍ଭ କରିଛି । ବାଲେଶ୍ଵର ଜଙ୍ଗଲରେ ଏମାନେ ମିଳିବା ଅନେକ ଅସମାହିତ ପ୍ରଶ୍ନ ଛିଡା କରିଛି ।

Leave a comment

Your email address will not be published. Required fields are marked *