ଓଡ଼ିଶା ଲିଡ୍ସ(ଦଶରଥପୁର): ଦଶରଥପୁର ବ୍ଲକ ଅନ୍ତର୍ଗତ ଛଚିଣା ଗ୍ରାମରେ ଆୟୋଜିତ ହେଉଥିବା ଗଣେଶ ପୂଜାର ୨୫ ବର୍ଷ ପୂର୍ତ୍ତି ବା ରୌପ୍ୟ ଜୟନ୍ତୀ ଉତ୍ସବ ଧୁମ୍ଧାମରେ ପାଳିତ ହେଉଅଛି । ରୌପ୍ୟ ଜୟନ୍ତୀ ଅବସରରେ ଆଜି ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ସଭା ଓ ଉତ୍ସବର ଆୟୋଜନ କରାଯାଇଥିଲା। କ୍ଲବ ସଭାପତି ଉତ୍କଳ କେଶରୀ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ବିଧାୟିକା ସୁଜାତା ସାହୁ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ବିଜୁ ଜନତା ଦଳ ଉପସଭାପତି ପ୍ରଣବ ପ୍ରକାଶ ଦାସ ଉଦ୍ଘାଟକ ଏବଂ ବିଜେଡି ଜିଲ୍ଲା ସଭାପତି ସରୋଜ କୁମାର ମହାପାତ୍ର, ବରିଷ୍ଠ ସମାଜସେବୀ କର୍ଣ୍ଣାଟକେଶରୀ ଦାସ ଓ ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଦଶରଥପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଜିଲ୍ଲା ବିଜୁ ଜନତା ଦଳର ସଭାପତି ସରୋଜ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ଅତିଥି ମାନଙ୍କୁ ମଞ୍ଚ ନିକଟକୁ ପାଛୋଟି ନିଆଯାଇଥିଲା। ଦୀର୍ଘ ୨୫ ବର୍ଷ ଧରି ବିବିସି କ୍ଲବ ପକ୍ଷରୁ ଗଣେଶ ପୂଜା ଆୟୋଜନ କରି ଆସୁଥିବାରୁ ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ଉତ୍ସବ କ୍ଲବର ସମସ୍ତ ସଦସ୍ୟ ଓ ଅଞ୍ଚଳବାସୀଙ୍କ ପାଇଁ ବିଶେଷ ମହତ୍ତ୍ୱ ବହନ କରୁଛି। ପୂଜାକୁ କେବଳ ଧାର୍ମିକ ଉତ୍ସବ ଭାବେ ସୀମିତ ନରଖି ଏହାକୁ ଭାଇଚାରା, ସାମାଜିକ ଏକତା ଓ ଯୁବଶକ୍ତିର ମିଳନର ଏକ ମଞ୍ଚରେ ପରିଣତ କରିବାକୁ କ୍ଲବ ପକ୍ଷରୁ ଉଦ୍ୟମ କରାଯାଇଅଛି।




















