ଓଡ଼ିଶା ଲିଡ୍ସ(ବ୍ୟୁରୋ):ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ଫଳରେ ଭୀଷଣ ବର୍ଷା ହୋଇ ବନ୍ୟା ତାଣ୍ଡବ ରଚିଥିଲା । ଲୋକଙ୍କ ଦୁର୍ଦ୍ଦଶା ସରି ନଥିଲା ବେଳେ ବାତ୍ୟା‘ମୁରାସୁ’ ପ୍ରଭାବରେ କାଲିଠୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷର ସମ୍ଭାବନା ରହିଛି । ଯାହା ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଭୁବନେଶ୍ୱର ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ ୩ ଓ ୪ ତାରିଖରେ ଗଞ୍ଜାମ ଜିଲ୍ଲାରେ ପବନ ସହ ବର୍ଷା ସମ୍ଭାବନା ରହିଛି । ଫଳରେ ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ଅତିପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ଥିବା ସେ କହିଛନ୍ତି । ଦୁଇଦିନର ବର୍ଷା ପରେ ୫ ତାରିଖରୁ ବର୍ଷା କମି କାଁ ଭାଁ ସ୍ଥାନରେ ବର୍ଷା ହେବବୋଲି ସେ ସୂଚନା ଦେଇଛନ୍ତି । ଆସନ୍ତା କାଲି ଦକ୍ଷିଣ ଓଡ଼ିଶାରେ ଝଟ୍କା ପବନ ୬୦ କିମି ବେଗରେ ବହିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।



















