ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାମଲୀଳା ମୈଦାନରେ ଆଜି ବିରିଧି ଦଳ ନେତା ରାହୁଲ ଗାନ୍ଧୀ ମୋଦୀ ଓ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି। ଉଭୟ ମୋଦୀ ଓ ଅମିତ ଶାହଙ୍କୁ ଜବାବ ହେବାକୁ ପଡ଼ିବ ଏବଂ ସେମାନଙ୍କୁ ପ୍ରଶ୍ନରୁ ଖସିଯିବାକୁ ଦିଆଯିବ ନାହିଁ ବୋଲି ସେ ଦୃଢ଼ ଭାବେ କହିଛନ୍ତି । ଦିଲ୍ଲୀର ରାମଲୀଳା ମୈଦାନରେ ଇଣ୍ଡି ମେଣ୍ଟର ‘ଭୋଟ୍ ବଚାଓ, ଦେଶ ବଚାଓ’ ମହାରାଲିରେ ଏଭଳି କହି ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ବିରୋଧୀ ଦଳ ଉଭୟ ନେତାଙ୍କୁ ଘେରିବା ଜାରି ରଖିବ ବୋଲି ସେ ଚେତାବନୀ ଦେଇଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ପ୍ରସଙ୍ଗ ପରେ ଅମିତ ଶାହଙ୍କୁ ମଧ୍ୟ ପ୍ରଶ୍ନ କରାଯିବ ବୋଲି କହିଛନ୍ତି ବିରୋଧି ଦଳ ନେତା। ବିଜେପିର ‘ମୋଦୀ କହିଁ ନହିଁ ଯାଏଗା’ ବୋଲି ଦିଆଯାଇଥିବା ଜବାବର ପାଲଟା ଉତ୍ତର ଦେଇ ରାହୁଲ କହିଛନ୍ତି, “ମୋଦୀ କୁଆଡ଼େ ଯାଇପାରିବେ ନାହିଁ, କାରଣ ଆମେ ତାଙ୍କୁ ଯିବାକୁ ଦେବୁନାହିଁ ।” ଉଭୟ ମୋଦୀ ଓ ଅମିତ ଶାହଙ୍କୁ ଜବାବଦେହୀ ହେବାକୁ ପଡ଼ିବ ଏବଂ ସେମାନଙ୍କୁ ପ୍ରଶ୍ନରୁ ଖସିଯିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ମଧ୍ୟ ରାହୁଲ ଗାନ୍ଧୀ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଭୋଟର ତାଲିକାରୁ ଭୋଟରଙ୍କ ନାଁ ହଟାଇବା ଘଟଣାକୁ ସେ ଦେଶ ବିରୋଧୀ କାର୍ଯ୍ୟ ବୋଲି ଅଭିହିତ କରିଛନ୍ତି । ଏହା ଏକ ବିରଳରୁ ବିରଳତମ ମାମଲା ବୋଲି କହିବା ସହ ଏଭଳି କାର୍ଯ୍ୟକୁ ଦେଶଦ୍ରୋହ ସହ ତୁଳନା କରିଛନ୍ତି । ରାହୁଲଙ୍କ ଅଭିଯୋଗ ଅନୁସାରେ, ଭୋଟର ତାଲିକାରୁ ନାଁ ହଟାଇବା ଦ୍ୱାରା ନାଗରିକଙ୍କ ମତଦାନ ଅଧିକାର କ୍ଷୁଣ୍ଣ ହେଉଛି । ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ଭୂମିକାକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଆସୁଛନ୍ତି ।



















