ଓଡ଼ିଶା ଲିଡ୍ସ(ଦଶରଥପୁର): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ ତମ ଜନ୍ମଦିନ ଉପଲକ୍ଷେ ଦଶରଥପୁର ବ୍ଲକ ଅନ୍ତର୍ଗତ ଶୁଶୁଆ ପଞ୍ଚାୟତର ଈଶ୍ୱରପୁର ଗ୍ରାମର ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ଆଜି ସକାଳ ସମୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପ୍ରଦୀପ ପ୍ରଜ୍ବଳନ ସହିତ ବୃକ୍ଷ ରୋପଣ କରିଥିଲେ ।ପ୍ରଧାମନ୍ତ୍ରୀଙ୍କର ଜନ୍ମଦିନ ଠାରୁ ୧ ମାସ ଧରି ରକ୍ତଦାନ, ବୃକ୍ଷରୋପଣ, ସ୍ୱଚ୍ଛଭାରତ ଭଳି ଅନେକ କାର୍ଯ୍ୟକ୍ରମ ପାଳନ କରିବାକୁ ଦଳୀୟ ଭାବେ ନିଷ୍ପତି ନିଆଯାଇଥିବା ଜଣାଯାଇଛି। ଯାଜପୁର ଜିଲ୍ଲା ବିଜେପି ସଭାନେତ୍ରୀଙ୍କ ନିର୍ଦେଶ କ୍ରମେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଏବଂ ଗାଁ ମାନଙ୍କରେ ମହିଳା, ଯୁବକ, ଛାତ୍ର ଏବଂ ସମସ୍ତ ବର୍ଗର ସାଧାରଣ ଲୋକମାନେ ସନ୍ଧ୍ୟା ସମୟରେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ | ସ୍ଥାନୀୟ ଅଞ୍ଚଳର କିଛି ଅବସର ପ୍ରାପ୍ତ ସେନାଧିକାରୀ ଏବଂ ସମାଜ ସେବୀଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନକରି ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମକୁ ପଦ୍ମଲୋଚନ ଦାଶ, ସତ୍ୟଜିତ ସାମଲ, ସଞ୍ଜୟ ଦାସ, ହିମାଂଶୁ ସାମଲ, ଲକ୍ଷ୍ମଣ ବାଇ, ସୁରେନ୍ଦ୍ର ପଣ୍ଡା, ରମେଶ ଦଳାଇ, ମାନଗୋବିନ୍ଦ ଦାସ, ନିରୋଦ ବେହେରା, ଦୟାନିଧି ବେହେରା ପ୍ରମୁଖ ପରିଚାଳନା କରିଥିଲେ।




















