ଓଡ଼ିଶା ଲିଡ୍ସ(କୃଷ୍ଣପ୍ରସାଦ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ ତମ ଜନ୍ମ ଦିବସ ପାଳନ ଅବସରରେ କୃଷ୍ଣପ୍ରସାଦ ବ୍ଳକ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ପିଟିଶାଳ ବିଟ ଅଧିନ ସମୁଦ୍ର ଧକ୍କା ଠାରେ ଏକ ପେଡ ମା’ କେ ନାମ କାର୍ଯ୍ୟକ୍ରମ ଜରିଆରେ ବ୍ୟାପକ ଚାରା ରୋପଣ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ରମ୍ଭା ବନାଞ୍ଚଳ ଅଧିକାରୀ ମାନସ ରଞ୍ଜନ ମହାପାତ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ ଯୋଗଦେଇ ବୃକ୍ଷର ଉପକାରିତା ଓ ଆବଶ୍ୟକତା ସମ୍ପର୍କରେ ରାମଲେଙ୍କା ଏବଂ ବ୍ରାହ୍ମଣଦେଓ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ବନ ସଂରକ୍ଷକ ରଞ୍ଜନ ବେହେରା, ରାମଲେଙ୍କା ପଞ୍ଚାୟତ ସରପଞ୍ଚ ସବିତା ବିଶ୍ୱାଳ, ପିଟିଶାଳ ବନପାଳ ଦୁର୍ଗା ଚରଣ ଟୁଡୁ, ନନ୍ଦଳା ବନପାଳ ଦିଲ୍ଲୀପ କୁମାର ସ୍ୱାଇଁ, ବନପାଳ ବଳରାମ ସାହୁ, ବନରକ୍ଷୀ ସନ୍ତୋଷ କୁମାର ସାହୁ, ସତ୍ୟ ରଞ୍ଜନ ରଥ, ସରାଗ ମାରାଣ୍ଡିଙ୍କ ସମେତ ରମ୍ଭା ବନାଞ୍ଚଳର ସମସ୍ତ କର୍ମଚାରୀ, ସ୍ଥାନୀୟ ଗ୍ରାମବାସୀ କାର୍ଯ୍ଯକ୍ରମରେ ଯୋଗ ଦେଇ ଚାରା ରୋପଣ କରିଥିଲେ। ସେହିପରି ଚିଲିକା ନୂଆପଡା ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ବାଲିଅଁଳା ବଙ୍ଗୋପସାଗର ତଟଦେଶରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆପଡା ବନାଞ୍ଚଳ ଅଧିକାରୀ ସୂର୍ଯ୍ୟକାନ୍ତ ମହାରଣାଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ିଏଫଓ ଅମ୍ଳାନ ନାୟକ, ସମ୍ମାନୀତ ଅତିଥି ଭାବେ କୃଷ୍ଣପ୍ରସାଦ ବିଡ଼ିଓ ଅମୀୟ କୁମାର ପଣ୍ଡା, ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିଜୟ କୁମାର ତରେଇ, ବରିଷ୍ଠ ଶିକ୍ଷାବିତ୍ ଗଙ୍ଗାଧର ଦାଶ, ସମାଜସେବୀ କବିରାଜ ମାଝୀ, ଗଛ ମଣିଷ ଅମିତା ତରେଇ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ୨ହଜାରରୁ ଉର୍ଦ୍ଧ ସାମୁହିକ ଝାଉଁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବନପାଳ ଗୌରାଙ୍ଗ ପ୍ରଧାନ, ବନପାଳ ଅର୍ଜୁନ ପ୍ରଧାନ, ବନପାଳ ରଶ୍ମୀ ରଞ୍ଜନ ନାୟକଙ୍କ ସମେତ ସମସ୍ତ ବନ କର୍ମଚାରୀ, ସ୍ଥାନୀୟ ଗ୍ରାମବାସୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।




















