ଓଡ଼ିଶା ଲିଡ୍ସ(ବ୍ୟୁରୋ): ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିଛି । ଭାରତୀୟ ମହିଳା କ୍ରିକେଟ ଟିମ୍ ସ୍ୱର୍ଣ୍ଣ ପଦକ ଜିତି ଏହି ଐତିହାସିକ ସଫଳତା ହାସଲ କରିଛନ୍ତି । ଫାଇନାଲ ମ୍ୟାଚ୍ରେ ଶ୍ରୀଲଙ୍କାକୁ ୧୪୭ ରନ୍ରେ ହରାଇ ଭାରତ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛି । ଭାରତୀୟ ମହିଳା ଦଳର ଏହି ସଫଳତା ପରେ ପୁରା ଦେଶରେ ଆନନ୍ଦ ଲହରୀ ଖେଳି ଯାଇଛି ।



















