ଓଡ଼ିଶା ଲିଡ୍ସ(ଦଶରଥପୁର): ଲଘୁଚାପ ପ୍ରଭାବରେ ଗତକାଲି ଦଶରଥପୁର ବ୍ଲକରେ ୧୯୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବର୍ଷା ଫଳରେ ଜନଜୀବନ ବ୍ୟାପକ ପ୍ରଭାବିତ ହୋଇଛି । ଲଗାଣ ବର୍ଷା ଫଳରେ ଦଶରଥପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିପୁଳ ବର୍ଷା ପାଣି ଜମି ରହିଛି । ଫଳରେ ରୋଗୀ ମାନେ ବର୍ଷା ପାଣିରେ ପଶି ଗତାଗତ କରୁଛନ୍ତି । ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ଡିଜେଲ କଳ ଲଗାଇ ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଛି ।

ଏହା ଛଡା ଦଶରଥପୁର ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଧ୍ୟ ବ୍ୟାପକ ବର୍ଷା ଜଳ ଜମି ରହିଥିବା ଦେଖିବାକୁ ମିଳିଛି ।



















