ଓଡ଼ିଶା ଲିଡ୍ସ(ଦଶରଥପୁର): ଲଗାଣ ବର୍ଷା ଫଳରେ ବୈତରଣୀ ଓ ତାର ଶାଖା ନଦୀ କାଣୀରେ ପୁନର୍ବାର ବନ୍ୟା ଆସିଛି । ବନ୍ୟା ଫଳରେ କାଣୀ ନଦୀରେ ପୂର୍ବରୁ ସୃଷ୍ଟି ହୋଇଥିବା ଘାଇ ସ୍ଥାନରେ ପୁନର୍ବାର ଘାଇ ହୋଇଛି । ଘାଇ ହେବା ଫଳରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇ ପଡିଛି । ଏହି ଖବର ପାଇ ଦଶରଥପୁର ବ୍ଲକର ବିଡ଼ିଓ ଆକାଶ ପଟ୍ଟନାୟକ ସହକାରୀ ଯନ୍ତ୍ରୀ ରାହାସ ଜେନାଙ୍କୁ ସାଥିରେ ନେଇ କାଣୀ ନଦୀରେ ସୃଷ୍ଟି ହୋଇଥିବା ଘାଇ ବୁଲି ଦେଖିଛନ୍ତି । ବିଡ଼ିଓ କହିଛନ୍ତି ବୈତରଣୀ ଓ ତାର ଶାଖା ନଦୀ କାଣୀରେ ପୁନର୍ବାର ବନ୍ୟା ଆସି ବ୍ୟାପକ ଅଞ୍ଚଳ ଜଳମଗ୍ନ କରିବା ଆରମ୍ଭ କରିଛି । ଏହା ଚିନ୍ତାର ବିଷୟ ହୋଇଛି । ବନ୍ୟାକୁ ନେଇ ବ୍ଲକ ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ବିଡ଼ିଓ ଶ୍ରୀ ପଟ୍ଟନାୟକ ।



















