ଓଡ଼ିଶା ଲିଡ୍ସ(ଯାଜପୁର): କେଲୁଅ ନଦୀକୁ ଡେଉଁ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ଯୁବକ ଜଣକ ଧର୍ମଶାଳା ଥାନା ଅଧିନ ଦେଓଦା ପଞ୍ଚାୟତ ଚଇନିହୁଡା ଗ୍ରାମର ବୋଲି ଜଣା ଯାଇଛି । ନିଖୋଜ ଯୁବକ ଜଣକ ବାବୁଲି ତରାଇଙ୍କ ପୁଅ ଅଜୟ ତରାଇ । ତାଙ୍କ ବୟସ ୩୦ ରୁ ୩୫ ମଧ୍ୟରେ ହେବ ବୋଲି ଜଣା ଯାଇଛି । ଗତ କିଛିଦିନ ଧରି ସେ ମାନସିକ ଚାପରେ ଥିଲେ ବୋଲି ପରିବାର ଲୋକ କହିଛନ୍ତି । ସେ ଆଜି ସନ୍ଧ୍ୟା ପାୟ ୮ ଟା ସମୟରେ ଏକ ପଲସର ଗାଡ଼ିରେ ଆସି ପୋଲ ଉପରେ ଗାଡି ରଖି ନଦୀକୁ ଡେଇଁ ପଡ଼ିଥିଲେ । ପୋଲ ଉପରେ ବସିଥିବା କିଛି ବ୍ୟକ୍ତି ଏହାକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।



















