ଓଡ଼ିଶା ଲିଡ୍ସ(ବରୀ): ବରୀ ବ୍ଲକର ମୁଖ୍ୟ ରାସ୍ତା ବରୀ ମାଉଣ୍ଡ-ରାମଚନ୍ଦ୍ରପୁର ରାସ୍ତାର ବାଗଦା ଗ୍ରାମ ଛକରେ ଦୁଇପଟେ ହମ୍ପସ ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି । ଏହି ରାସ୍ତା ବରୀ ବ୍ଲକର ସବୁଠାରୁ ବ୍ୟସ୍ତ ବହୁଳ ରାସ୍ତା । ଏହି ସ୍ଥାନରେ ରାସ୍ତାକୁ ଲାଗି ରହିଛି ମା’ ଜାଗୁଳାଇଙ୍କ ମନ୍ଦିର । ଫଳରେ ଏହି ରାସ୍ତାରେ ଗ୍ରାମରୁ କିଏ ଆସୁଛନ୍ତି ତାହା ଦେଖା ଯାଉ ନଥିଲା ବେଳେ ଗ୍ରାମରୁ ଆସୁଥିବା ବ୍ୟକ୍ତି ରାସ୍ତାରେ କିଏ ଆସୁଛନ୍ତି ତାହା ଦେଖି ପାରୁନାହାନ୍ତି । ଫଳରେ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି । ନିକଟରେ ଏକ ଦ୍ରୁତଗାମୀ କାର ଗ୍ରାମକୁ ଯାଉଥିବା ଏକ ଗାଈକୁ ଧକ୍କା ଦେଇଥିଲା । ଫଳରେ ଗାଈଟି ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲା । ଏଠାରେ ଦୁର୍ଘଟଣା ରୋକିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ହମ୍ପସ ନିର୍ମାଣ କରିବାକୁ ଅଜିତଭାନୁ ଦାସ, ରବିନ ଚନ୍ଦ୍ର ଦାସ, ବିରାଜଭାନୁ ଦାସ, ବ୍ରଜସୁନ୍ଦର ଜେନା ପ୍ରମୁଖ ଦାବି କରିଛନ୍ତି ।



















