ଓଡ଼ିଶା ଲିଡ୍ସ(ବରୀ) : ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ବରୀ ପ୍ରାଣୀ ଚିକିତ୍ସାକେନ୍ଦ୍ର ଗୃହ ଭୂତକୋଠି ହୋଇ ପଡ଼ିଥିଲା ବେଳେ ମଦ୍ୟପଙ୍କ ଆଡ୍ଡା ସ୍ଥଳ ପାଲଟିଛି । ହେଲେ ଭଡା ଘରେ ଚାଲିଥିବା ବରୀ ପ୍ରାଣୀ ଚିକିତ୍ସାଳୟ ପାଇଁ ସରକାର ବାର୍ଷିକ ଲକ୍ଷଲକ୍ଷ ଟଙ୍କା ଭଡା ବାବଦକୁ ପ୍ରଦାନ କରୁଛନ୍ତି । ଏହି ଭଳି ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି ବରୀ ବ୍ଲକରେ । ବହୁ ବର୍ଷ ହେଲା ବରୀ ମାଉଣ୍ଡ ଉପରେ ଏକ ଭଡା ଘରେ ରହିଛି ପ୍ରାଣୀ ଚିକିତ୍ସାଳୟ । ନେଉଳା ନିକଟ ଏକ ସରକାରୀ ଜମିରେ ପାୟ ୧୦ ବର୍ଷ ତଳେ ପ୍ରାଣୀ ଚିକିତ୍ସାଳୟ ନିର୍ମାଣ ହୋଇଛି । ନିର୍ମାଣ ପରେ ମଧ୍ୟ ଏହି ଗୃହକୁ ଚିକିତ୍ସାଳୟ ସ୍ଥାନାନ୍ତରିତ ହୋଇ ନାହିଁ । ପ୍ରାଣୀ ବିଭାଗ ପକ୍ଷରୁ କାହିଁକି ପ୍ରାଣୀ ଚିକିତ୍ସାଳୟ ସ୍ଥାନାନ୍ତର ହେଉନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବ୍ୟବହାର ହୋଇ ପଡିରହିଥିବା ଏହି ଗୃହ ପରିସରରେ ଦିନ ରାତି ଉଭୟ ସମୟରେ ମଦୁଆ ଆଡ୍ଡା ଜମାଉଥିବା ଦେଖିବାକୁ ମିଳିଛି । ବିଶେଷ କରି ସନ୍ଧ୍ୟା ସମୟରେ ଏଠାରେ ବହୁ ଯୁବକ ମଦ୍ୟପାନ କରୁଛନ୍ତି । ବର୍ଷ ବର୍ଷ ଧରି ଏହି ଗୃହ ନିର୍ମାଣ ହୋଇ ନଷ୍ଟ ହେବାକୁ ବସିଥିଲା ତୁରନ୍ତ ଏଠାକୁ ପ୍ରାଣୀ ଚିକିତ୍ସାଳୟ ସ୍ଥାନାନ୍ତର କରିବାକୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।



















