ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ତିରୁବନନ୍ତପୁରମ ଠାରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଏକ ଦିବସୀୟ କ୍ରିକେଟ ମ୍ୟାଚରେ ଭାରତ ୮ ଉଇକେଟରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଦଳ ୭ ଉଇକେଟ ବିନିମୟରେ ୨୯୫ ରନ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ କୁଲଦୀପ ୟାଦବ ସର୍ବାଧିକ ୪ ଉଇକେଟ ନେଇଥିଲେ । ଭାରତ ୨୯୬ ରନକୁ ମାତ୍ର ୨ ଉଇକେଟ ବିନିମୟରେ ହାସଲ କରିଥିଲା । ଭାରତ ପକ୍ଷରୁ ବିରାଟ କୋହିଲି ସର୍ବାଧିକ ମାତ୍ର ୮୮ ଟି ବଲରେ ଅପରାଜିତ ୧୩୮ ରନ ସଂଗ୍ରହ କରିଥିଲେ । ଅଧିନାୟକ ଶୁଭମନ ଗିଲ ୧୧୦ ରନ ଓ ରୋହିତ ଶର୍ମା ୩୨ ରନ କରି ଆଉଟ ହୋଇଥିଲେ । ଋତୁରାଜ ଗାଏକ୍ବାର୍ଡ ୧୩ ରନ କରି ଅପରାଜିତ ଥିଲେ ।
ଇତିହାସ ରଚିଲେ କୋହଲି; ଦ୍ଵିତୀୟ ଖେଳାଳି ଭାବେ ୧୫,୦୦୦ ରନ୍ କ୍ଲବରେ ସାମିଲ
ଭାରତୀୟ କ୍ରିକେଟ୍ ଟିମ୍ର ରନ୍ ମେସିନ ବିରାଟ କୋହଲି ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ରେ ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି । ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆଜି ସ୍ଥାନୀୟ ଗ୍ରିନ୍ଫିଲ୍ଡ ଷ୍ଟାଡିୟମରେ ନିଜ କ୍ୟାରିୟରର ୧୫,୦୦୦ ରନ୍ ପୂରଣ କରିଛନ୍ତି। ଏଥି ସହିତ ଅନେକ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିଛନ୍ତି ।
ଦିନିକିଆ କ୍ରିକେଟ୍ର ଇତିହାସରେ ୧୫,୦୦୦ ରନ୍ କରିପାରିଥିବା ବିରାଟ କୋହଲି ବିଶ୍ବର ଦ୍ବିତୀୟ ବ୍ୟାଟର ହୋଇପାରିଛନ୍ତି। ତାଙ୍କର ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୫ ହଜାରରୁ ଅଧିକ ରନ ସଂଗ୍ରହ କରିଛନ୍ତି । ଏଥି ସହିତ ବିରାଟ କୋହଲି ତାଙ୍କ କ୍ୟାରିଅରର ୫୫ତମ ଶତକ ହାସଲ କରିଛନ୍ତି। ସଚିନ ତେନ୍ଦୁଲକର ୪୬୩ ମ୍ୟାଚରୁ ୧୮,୪୨୬ ରନ୍ ସଂଗ୍ରହ କରିଥିଲା ବେଳେ ବିରାଟ କୋହଲି ୩୧୪ ମ୍ୟାଚରୁ ୧୫,୦୮୦ ରନ୍ ସଂଗ୍ରହ କରିଛନ୍ତି



















