ଓଡ଼ିଶା ଲିଡ୍ସ(ଯାଜପୁର ସଦର): ଯାଜପୁର ବ୍ଲକ୍ ଅନ୍ତର୍ଗତ ମହେଶ୍ୱରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ କୈଳାସ ମଲ୍ଲିକଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇଛି। ସେ ଏକାଧାରରେ ଜଣେ ସଫଳ ଚାଷୀ, ସଫଳ ବ୍ୟବସାୟୀ ଓ ପରୋପକାରୀ ବ୍ୟକ୍ତି ଥିଲେ। ୧୯୮୨ ମସିହାରେ ରାଜନୀତିରେ ଅଂଶଗ୍ରହଣ କରି ୧୯୮୪ ରୁ ୧୯୮୯ ମସିହା ପର୍ଯ୍ୟନ୍ତ ସରପଞ୍ଚ ଭାବେ ନିର୍ବାଚିତ ହୋଇ ହରିପୁର ଠାରୁ ନିଶ୍ଚନ୍ତା ପର୍ଯ୍ୟନ୍ତ ସ୍ଥାୟୀ ରାସ୍ତା, ବିଦ୍ୟାଳୟକୁ ପକ୍କା ଘର କରିବା ଆଦି ବହୁ ଜନହିତକର କାର୍ଯ୍ୟ କରିଥିଲେ । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଭୁବନେଶ୍ୱର ସ୍ଥିତ କିମ୍ସ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ହରିପୁର ମେଡିକାଲ୍ ଛକରୁ ଶବ ଶୋଭାଯାତ୍ରା ବାହାରି ମହେଶ୍ୱରପୁର ପଞ୍ଚାୟତ କାର୍ଯ୍ୟାଳୟ, ପୁରୁଷୋତ୍ତମ ପୁର, କବିର ପୁର, ଗୋପୀନାଥ ପୁର, ବ୍ରାହ୍ମଣ ବାଚ୍ଚପୁର, ବେଣୀ ପୁର ଗ୍ରାମ ପରିକ୍ରମା କରାଯାଇ ଥିଲା । ଖବର ପାଇ ଯାଜପୁରର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଉପ ସଭାପତି ପ୍ରଣବ ପ୍ରକାଶ ଦାସ, ଯାଜପୁରର ପୂର୍ବତନ ପୌର ଅଧ୍ୟକ୍ଷ ଭବ ପ୍ରସାଦ ଦାସ, ବରିଷ୍ଠ କଂଗ୍ରେସ ନେତା ଦିଗମ୍ବର କର, ସନ୍ତୋଷ କୁମାର ନନ୍ଦ, ବ୍ଲକ୍ କଂଗ୍ରେସ ସଭାପତି ଗଦାଧର ଦାସ, ବରିଷ୍ଠ ବିଜୁ ଜନତା ଦଳର ନେତା ବ୍ରଜ କିଶୋର ପାଢ଼ୀ, ସ୍ଥାନୀୟ ସରପଞ୍ଚ ସୁଜିତ୍ ରାୟ, ଦୀନବନ୍ଧୁ ମଲ୍ଲିକ, ଦାମୋଦର ସାହୁ, ଅଭିମନ୍ୟୁ ନାୟକ, ଅମିତ୍ ରାଉତ୍, ଗୌରାଙ୍ଗ ସାମଲ, ନରସିଂହପୁର ସରପଞ୍ଚ ପ୍ରଶାନ୍ତ ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ବର୍ଗତ ମଲ୍ଲିକଙ୍କ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ନିଜ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମଧ୍ୟମ ପୁତ୍ର ଗଦାଧର ମଲ୍ଲିକ ମୁଖାଗ୍ନି ଦେଇଥିଲେ ।



















