ଓଡ଼ିଶାସ ଲିଡ୍ସ(ସୁକିନ୍ଦା): ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସୁକିନ୍ଦା ଭବନ ପ୍ରାଙ୍ଗଣରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ମାଲ୍ୟାର୍ପଣ କରିବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଏହି ଅବସରରେ ଇଂ ଘଡାଇ କହିଥିଲେ ଯେ, ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା, ତ୍ୟାଗ ଓ ମାନବିକତାର ଆଦର୍ଶ ଆଜି ମଧ୍ୟ ସମଗ୍ର ମାନବ ସମାଜକୁ ପ୍ରେରଣା ଯୋଗାଉଛି। ଦେଶର ସ୍ୱାଧୀନତା ସଂଗ୍ରାମରେ ବାପୁଙ୍କ ଅବଦାନ ଅତୁଳନୀୟ ଓ ଅବର୍ଣ୍ଣନୀୟ। ତାଙ୍କ ଆଦର୍ଶ ଓ ଚିନ୍ତାଧାରା ସବୁବେଳେ ମାନବଜାତି ପାଇଁ ପଥପ୍ରଦର୍ଶକ ହୋଇ ରହି ଆସିଛି ଓ ରହିବ ମଧ୍ୟ।

ଗାନ୍ଧୀଜୀଙ୍କ ଆଦର୍ଶକୁ କେବଳ ସ୍ମରଣ ନକରି ତାହାକୁ ନିଜ ଜୀବନରେ ପ୍ରତିଫଳିତ କରିବା ସହ ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଓ ମାନବିକ ସମାଜ ଗଠନ ଦିଗରେ ସମସ୍ତେ ଆଗେଇ ଆସିବା ସମୟର ଆହ୍ବାନ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁକିନ୍ଦା ବ୍ଲକ ବିଜେଡି ସଭାପତି ବିବେକାନନ୍ଦ ବୋଷ, ବ୍ଲକ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଭଗବତୀ ମହାନ୍ତ, ବ୍ଲକ ଯୁବ ବିଜେଡି ସଭାପତି ଜୟନ୍ତ ରାଉତ, ଯୁବ ନେତା ଦେବି ପ୍ରସାଦ ମହାନ୍ତିଙ୍କ ସହିତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।



















