ଓଡ଼ିଶା ଲିଡ୍ସ(କୃଷ୍ଣପ୍ରସାଦ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଗୋମଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ ଟୂବୁକା ସେତୁର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ଲଗାଣ ବର୍ଷାରେ ସେତୁ ଉପରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବାରୁ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଶହଶହ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେତୁର ଏଭଳି ଦୟନୀୟ ଅବସ୍ଥା ଯୋଗୁଁ ଯାତାୟାତ ଏବେ ବିପଦପୂର୍ଣ୍ଣ ହୋଇପଡ଼ିଛି। ଏହି ଖାଲ ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି ।
ସେତୁ ଉପରେ ଥିବା ଖାଲଗୁଡ଼ିକ ଯୋଗୁଁ ଦୁଇଚକିଆ ଯାନ, ଚାରିଚକିଆ ଯାନ ସହ ଅନ୍ୟାନ୍ୟ ଭାରିଯାନ ଚଳାଚଳରେ ବାଧା ସୃଷ୍ଟି ହେଉଛି। ବିଶେଷକରି ବର୍ଷା ସମୟରେ ଖାଲରେ ପାଣି ଜମି ରହିବାରୁ ଏହାର ଗଭୀରତା ଜଣାପଡ଼ୁନାହିଁ। ଫଳରେ ଯାତ୍ରୀମାନେ ବିପଦପୂର୍ଣ୍ଣ ଭାବେ ସେତୁ ଅତିକ୍ରମ କରୁଛନ୍ତି।
ସାଧାରଣ ଲୋକଙ୍କ ଯାତାୟାତ ପାଇଁ ଉଦ୍ଦିଷ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ସେତୁର ମରାମତି କାହିଁକି କରାଯାଉନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲୋକଙ୍କ ସୁରକ୍ଷା ଓ ଯାତାୟାତ ସୁବିଧା ପ୍ରତି ସମ୍ପୃକ୍ତ ବିଭାଗ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଥିବା ସାଧାରଣରେ ଆଲୋଚନା ହେଉଛି ।ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ବ୍ରିଜ୍ର ସ୍ଥିତି ଅନୁଧ୍ୟାନ କରିବା ସହ ଖାଲଗୁଡ଼ିକର ତୁରନ୍ତ ସ୍ଥାୟୀ ମରାମତି କରିବାକୁ ଦାବି ହୋଇଛି । ବୋଲି ଦାବି ହୋଇଛି।



















