ଓଡ଼ିଶା ଲିଡ୍ସ(ବରୀ): ରାମଚନ୍ଦ୍ରପୁର ଠାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ ହୋଇଥିବା ସେତୁ ଉପରେ ୩ରୁ ୪ଟି ସରକାରୀ ଓ ବେସରକାରୀ ବସ ବିଭିନ୍ନ ସମୟରେ ରହୁଥିବା ଦେଖିବାକୁ ମିଳିଛି । ପ୍ରତିଦିନ ଏହି ବସ ଗୁଡିକ ବିଭିନ୍ନ ସମୟରେ ଧାଡ଼ି ହୋଇ ରହୁଛି । ବସ ଗୁଡିକ ରହିବା ଫଳରେ ସେତୁର ଅଧା ଅଂଶରେ ଗତାଗତ ସମ୍ଭବ ହୋଇ ପାରୁନାହିଁ । ଏହା ଫଳରେ ବିଭିନ୍ନ ସମୟରେ ଗାଡି ମଟର ଜାମ ହେଉଛି । ବସ ଗୁଡିକ ରହି ସେତୁକୁ ସଙ୍କୁଚିତ କରିବା ଫଳରେ ଯେ କୌଣସି ସମୟରେ ଦୁର୍ଘଟଣାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି । ଏ ନେଇ ବରୀ ପୋଲିସ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।



















