ଓଡ଼ିଶା ଲିଡ୍ସ(ଯାଜପୁର): ଲୋକମାନଙ୍କ ସୁଖ ଦୁଃଖରେ ସାମିଲ ହୋଇ ସେମାନଙ୍କ ସେବା କରିବା ପାଇଁ ସମର୍ପିତ ହୁଅ ବୋଲି କହିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସଂପାଦକ ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଆଜି ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତର ମୁରବି, ଯୁବ, ଛାତ୍ର ଓ ମହିଳା ମାନଙ୍କ ସହ ଏକ ବୈଠକ ଆୟୋଜିତ ହୋଇଥିଲା । ବୈଠକରେ ପଞ୍ଚାୟତର ବିଭିନ୍ନ ସମସ୍ୟା ଓ ଦଳୀୟ ସଂଗଠନ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ତୃଣମୂଳ ସ୍ତରରେ ଦଳର ସଂଗଠନକୁ ଅଧିକ ସୁଦୃଢ କରିବା ସହ ସାଧାରଣ ଲୋକଙ୍କ ସୁଖଦୁଃଖରେ ଭାଗିଧାରୀ ହେବା ସହ ବିଜେପି ସରକାରର ବିଫଳତା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଇଂ ଘଡାଇ ପରାମର୍ଶ ଦେଇଥିଲେ । ଆଲୋଚନା ସମୟରେ ସମସ୍ତେ ମନଖୋଲି ଇଂ ଘଡାଇଙ୍କ ସହିତ ଆଲୋଚନା କରିବା ସହିତ ଆମେ ମାନେ ଦଳ ଓ ଆପଣଙ୍କ ସହିତ ଦୃଢ଼ ଭାବେ ଅଛୁ ବୋଲି କହିଥିଲେ ।



















