Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > ରାଜ୍ୟ > ଅନାସ୍ଥାରୁ ଆସ୍ଥା ଖୋଜୁଛି କଂଗ୍ରେସ

ଅନାସ୍ଥାରୁ ଆସ୍ଥା ଖୋଜୁଛି କଂଗ୍ରେସ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗତକାଲି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଗତ କରିଛି ଶାସକ ବିଜେପି ସରକାର ବିରୁଦ୍ଧରେ । ଚଳିତ ବିଧାନସଭାରେ କଂଗ୍ରେସ ତୃତୀୟ ସଂଖ୍ୟା ଗରିଷ୍ଠ ଦଳ । କଂଗ୍ରେସର ବିଧାୟକ ସଂଖ୍ୟା ମାତ୍ର ୧୪ । ହେଲେ ସଂଖ୍ୟା ହିସାବକୁ ପଛରେ ଛାଡି କଂଗ୍ରେସ ଶାସକ ଦଳ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛି । ୧୪ ଜଣିଆ କଂଗ୍ରେସ ଦଳକୁ କମ୍ୟୁନିଷ୍ଟ ପାର୍ଟିର ଏକ ମାତ୍ର ବିଧାୟକ ସମର୍ଥନ କରୁଛନ୍ତି । ମାତ୍ର ୧୫ ସଂଖ୍ୟାକୁ ନେଇ ସରକାରର କୌଣସି କ୍ଷତି କଂଗ୍ରେସ କରି ପାରିବ ନାହିଁ ଏହା ମଧ୍ୟ କଂଗ୍ରେସ ନୁହେଁ ସବୁ ରାଜନୈତିକ ଦଳ ଜାଣିଛନ୍ତି । ଏପରି ସ୍ଥଳେ କଂଗ୍ରେସ ବିଜେଡିର ସହଯୋଗ ମାଗିଛି । ବିଧାନସଭା ଆରମ୍ଭର ବହୁ ପୂର୍ବରୁ କଂଗ୍ରେସଗ ବିଜେଡିକୁ ଅନାସ୍ଥା ଡାକିବାର ଆହ୍ୱାନ ଦେଇଥିଲା । ଏହା ସହିତ ବିଜେଡି ଅନାସ୍ଥା ଡାକିଲେ କଂଗ୍ରେସ ତାର ସମର୍ଥନ ଦେବ ବୋଲି ବି ପ୍ରତିଶୃତି ଦେଇଥିଲା । ହେଲେ ମୁଖ୍ୟ ଵିରୋଧି ଦଳ ବିଜେଡି ଅନାସ୍ଥା ଡାକିବାରୁ ଦୁରେଇ ଯିବା କାରଣରୁ କଂଗ୍ରେସ ଅନାସ୍ଥା ଡାକରା ଦେଇଛି ।

ହେଲେ କଂଗ୍ରେସର ଅନାସ୍ଥା ଡାକରାକୁ ବିଜେଡି ସମର୍ଥନ କରିବାର କୌଣସି ସଂକେତ ଦେଇନାହିଁ । ବିଜେଡି ଆଗକୁ ଯେ କଂଗ୍ରେସକୁ ସମର୍ଥନ ଦେବ ସେମିତି ଆଶା ବି ଦେଖା ଯାଉନାହିଁ । ଅନ୍ୟ ପକ୍ଷରେ ବିଜେଡି ଓ କଂଗ୍ରେସ ମିଶିଲେ ବି ଅନାସ୍ଥା ପ୍ରସ୍ତାବ କାଟ ଖାଇବା ନିଶ୍ଚିତ । ବିଜେପି ମଧ୍ୟ କହିଛି କଂଗ୍ରେସ ସରକାର ବିରୁଦ୍ଧରେ ଅନାସ୍ଥା ଡାକି ଲୋକହସା ହେବ । ଏପରି ସ୍ଥଳେ କଂଗ୍ରେସ କାହିଁକି ସରକାର ବିରୁଦ୍ଧରେ ଅନାସ୍ଥା ଡାକରା ଦେଲା ତାକୁ ନେଇ ଚର୍ଚ୍ଚା ହେଉଛି । ହେଲେ କଂଗ୍ରେସ ଯେ କିଛି ରଣନୀତି ନକରି ଅନାସ୍ଥା ଡାକି ଲୋକହସା ହେଉଛି ତାହା ଆଦୌ ନୁହେଁ । ପ୍ରକୃତ କଥା ହେଲା କଂଗ୍ରେସ ଅନାସ୍ଥାରୁ ଆସ୍ଥା ଖୋଜୁଛି । ଆଜକୁ୨୪ ବର୍ଷ ତଳେ କଂଗ୍ରେସକୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରିଥିଲେ । ବିଜେଡି ଓ ବିଜେପି ମିଳିତ ସରକାର ଗଠନ କରିଥିଲେ । ଉଭୟ ଦଳର ଟାର୍ଗେଟରେ ଥିଲା କଂଗ୍ରେସ ଓ ତାର ଅତୀତ ଇତିହାସ । ଯାହା ଏବେ ବିଜେପି ଓ କଂଗ୍ରେସ ଭିତରେ ଦେଖିବାକୁ ମିଳୁଛି । ସେବେଠାରୁ କଂଗ୍ରେସ ରାଜ୍ୟରେ ଆଉ ମୁଣ୍ଡ ଟେକି ପାରୁନାହିଁ । ଏହା ପଛରେ କଂଗ୍ରେସ ନେତାଙ୍କର ଯେ ଭୂମିକା ନାହିଁ ଏହା କଂଗ୍ରେସ ମଧ୍ୟ କହି ପାରିବ ନାହିଁ ।

କଂଗ୍ରେସର ଦଳୀୟ କନ୍ଦଳ ମଧ୍ୟ ସବୁ ସମୟରେ ରାଜ୍ୟବାସୀଙ୍କ ବିମୁଖତା କୁ ବଢ଼ାଇଛି ଦଳ ପ୍ରତି । ନୂତନ ଭାବେ ପିସିସି ସଭାପତି ହେବା ପରେ ଭକ୍ତ ଦାସ କଂଗ୍ରେସରେ ପ୍ରାଣ ପ୍ରତିଷ୍ଠା କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ସମସ୍ତଙ୍କୁ ସାଥିରେ ନେଇ ଚାଲିବାର ଉଦ୍ୟମ କରି ଦଳକୁ ଆଗକୁ ନେଉଛନ୍ତି ଭକ୍ତ । ଜଣେ ଅନୁଭବୀ ରାଜନେତା ଭାବେ ଭକ୍ତ ଜାଣିଛନ୍ତି ବିଜେଡିର କ୍ଷତି ହେଲେ କଂଗ୍ରେସ ଲାଭବାନ ହେବ । ବିଜେଡି ମୁଖ୍ୟ ଵିରୋଧି ଦଳ ଭାବେ ସରକାରକୁ ଯେତିକି ବିରୋଧ କରି ନାହିଁ କଂଗ୍ରେସ ତା ଠାରୁ ଅଧିକ ବିରୋଧ କରି ରାଜ୍ୟବାସୀଙ୍କ ବିଶ୍ୱାସ ଓ ଭରସା ଜିତିବାକୁ ଉଦ୍ୟମ କରିଛି ଓ କିଛି ମାତ୍ରାରେ ସଫଳ ମଧ୍ୟ ହୋଇଛି । କଂଗ୍ରେସ ରାଜ୍ୟରେ ଟ୍ରାକକୁ ଫେରୁଥିଲା ବେଳେ ଏତିକି ବେଳେ ଅନାସ୍ଥାର ଡାକ ଦେଇ ବଡ଼ ଗୋଟି ଖେଳିଛନ୍ତି ପିସିସି ସଭାପତି । ଅନାସ୍ଥାକୁ ବିଜେଡି ସମର୍ଥନ ନ କଲେ କଂଗ୍ରେସ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବ ବିଜେଡି ବିଜେପିକୁ ସମର୍ଥନ କରୁଛି, ଆଉ ଏଥିରୁ ଫାଇଦା ନେବ । ଯାହା କଂଗ୍ରେସ ପାଇଁ ବେଶ ଅନୁକୂଳ ମଧ୍ୟ ହେବ । ଗତକାଲି କଂଗ୍ରେସ ଆଉ ଏକ ଗୋଟି ଖେଳି ସାରିଛି । ନବୀନ ପଟ୍ଟନାୟକ ଦିଲ୍ଲୀରେ ଥିଲା ବେଳେ କଂଗ୍ରେସ ଜାଣି ଶୁଣି ତାଙ୍କ ଚାମ୍ବରକୁ ଯାଇ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛି ଯେ ବିଧାନସଭା ଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ଵିରୋଧି ଦଳ ନେତା ଅନୁପସ୍ଥିତ ରହୁଛନ୍ତି । ଅନାସ୍ଥାରୁ ଆସ୍ଥା ଖୋଜୁଥିବା କଂଗ୍ରେସ କେତେ ସଫଳ ହେଉଛି ତାହା ଆଗାମି ଦିନରେ ଅଧିକ ସ୍ପଷ୍ଟ ହେବ ।

Leave a comment

Your email address will not be published. Required fields are marked *