Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > ରାଜ୍ୟ > ଛାତ୍ରଛାତ୍ରୀ ଓ ଯୁବକଙ୍କ ଉଡାଣରେ ବାଧା, ଜେନ-ଜି ଉଦାହରଣ ଦେଇ ଦ୍ଵିତୀୟ ପୋଷ୍ଟ କଲେ ପ୍ରୀତିରଞ୍ଜନ

ଛାତ୍ରଛାତ୍ରୀ ଓ ଯୁବକଙ୍କ ଉଡାଣରେ ବାଧା, ଜେନ-ଜି ଉଦାହରଣ ଦେଇ ଦ୍ଵିତୀୟ ପୋଷ୍ଟ କଲେ ପ୍ରୀତିରଞ୍ଜନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଫୁଟବଲ ଖେଳାଳି ଖ୍ରୀଷ୍ଟିଆନୋ ରୋନାଲଡୋଙ୍କ ଜୀବନର ଏକ ଘଟଣା ଓ ତାଙ୍କ ବକ୍ତବ୍ୟ ବେଶ ପ୍ରଣିଧାନ ଯୋଗ୍ୟ । ଅତ୍ୟନ୍ତ ଗରିବ ପରିବାରରେ ଜନ୍ମ ହୋଇ ନିଜ ପ୍ରତିଭା ବଦଳରେ ସେ ଏବେ ଅମାପ ସମ୍ପତ୍ତିର ମାଲିକ । ନିଜ ପରିବାର ପାଇଁ ଏକ ବିଳାଶ ପୂର୍ଣ୍ଣ ବିମାନ କିଣିବାକୁ ଯିବା ବେଳେ ନିଜ ପିଲାଦିନ କଥା ମନେ ପଡ଼ିଲା ପିଲାଦିନେ ସେ କିଭଳି ଚାଲି ଚାଲି ଦଶ କି.ମି ବାଟ ଯାଉଥିଲେ । ଏବେ ମଧ୍ୟ ସେଇ ଅବସ୍ଥାରେ ପିଲା ସ୍କୁଲ ଯାଉଛନ୍ତି । ନିଜର ନିଷ୍ପତ୍ତିକୁ ତୁରନ୍ତ ବଦଳାଇ ଶହେଟି ବସ କିଣି ବିଭିନ୍ନ ସ୍କୁଲକୁ ପ୍ରଦାନ କରିଥିଲେ । ଯାହା ଛାତ୍ରଛାତ୍ରୀଙ୍କ ଗମନାଗମନରେ ବେଶ ସହାୟ ହୋଇଥିଲା । ଏହାକୁ ନେଇ ସେ କହିଥିବା କଥା ବେଶ ପ୍ରଣିଧାନ ଯୋଗ୍ୟ । ସେ କହିଥିଲେ ବିମାନରେ ଉଡିବାକୁ ଉଡାଣ କୁହା ଯାଏନାହିଁ । ପ୍ରକୃତ ଉଡାଣ ହେଉଛି ଅନ୍ୟର ସ୍ୱପ୍ନ ଚରିତାର୍ଥ କରିବା ପାଇଁ ତା ଠାରେ ପକ୍ଷ ଖଞ୍ଜି ଦେବା ।

ସ୍କୁଲ ଶିକ୍ଷା ଶେଷ କରି କଲେଜରେ ପାଦ ଦେଇ ଛାତ୍ରଛାତ୍ରୀ ମାନେ ଅନେକ ସ୍ୱପ୍ନ ଦେଖନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଆଗାମି ଦିନରେ ରାଜ୍ୟ ତଥା ଦେଶର ନେତୃତ୍ୱ ନେବାକୁ ସ୍ୱପ୍ନ ଦେଖନ୍ତି । ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ମାନଙ୍କରେ ଆୟୋଜିତ ହେଉଥିବା ଛାତ୍ର ସଂସଦ ନିର୍ବାଚନରେ ଅଂଶ ଗ୍ରହଣ କରନ୍ତି । ଏଠାରୁ ସୃଷ୍ଟି ହୁଏ ନୂଆ ନେତୃତ୍ବ । ରାଜ୍ୟ ତଥା ଦେଶର ବହୁ ନେତା ମନ୍ତ୍ରୀ ଛାତ୍ର ଜୀବନରୁ ରାଜନୀତି ସହିତ ସମ୍ପୃକ୍ତ ହୋଇ ରାଜ୍ୟ ତଥା ଦେଶର ନେତୃତ୍ୱ ନେଉଛନ୍ତି । ବିଗତ ଦିନରେ ବହୁ ଯୁବକ ବିଭିନ୍ନ ସଂଗ୍ରାମରେ ସାମିଲ ହୋଇ ନିଜର ହକ ହାସଲ କରିବାରେ ସଫଳ ହୋଇଛନ୍ତି । ଦେଶର ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ଯୁବକ ମାନେ ସାମିଲ ହୋଇଥିଲେ ।

ହେଲେ ଏବେ ପରିସ୍ଥିତି ବଦଳି ଯାଇଛି । ଆମ ରାଜ୍ୟରେ ଦୀର୍ଘ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ବିଭିନ୍ନ ଆଳରେ ସ୍ଥଗିତ ରଖିଛନ୍ତି । ରାଜ୍ୟରେ ନୂତନ ସରକାର ଆସିବା ପରେ ମଧ୍ୟ ଏହା ଗତ ବର୍ଷ ବାତିଲ ହୋଇଥିଲା । ଚଳିତ ବର୍ଷ ମଧ୍ୟ ଏହା ବାତିଲ ହେବା ଅବସ୍ଥାରେ ପହଞ୍ଚିଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସରକାର ଛାତ୍ର ସଂସଦ ନିର୍ବାଚନ କରିବାକୁ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଚଳିତ ବର୍ଷ ନିର୍ବାଚନ ଘୋଷଣା କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ।

ଏହାକୁ ନେଇ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ନିଜ ସାମାଜିକ ଗଣ ମାଧ୍ୟମରେ ଏକ ପୋଷ୍ଟ କରିଥିଲେ । ନିଜ ପୋଷ୍ଟରେ ସେ ନେପାଳର ଜେନ-ଜିର ଉଦାହରଣ ଦେଇ ରାଜ୍ୟରେ ଏହାର ଆଵଶ୍ୟକତା ଅଛିକି ବୋଲି ପ୍ରଶ୍ନ କରିଥିଲେ । ଏହି ପୋଷ୍ଟର ମୂଳ ଲକ୍ଷ ଥିଲା ଛତ୍ରଛାତ୍ରୀଙ୍କ ଅଧିକାରକୁ ନେଇ ସଂଗ୍ରାମର ଆଵଶ୍ୟକତା ଅଛିକି ବୋଲି ପ୍ରଶ୍ନ କରିଥିଲେ । ଏହା ବେଶ ଭାଇରାଲ ହୋଇଥିଲା । ଏହାକୁ ନେଇ ବିଜେପି ଓ ବିଜେଡି ମୁହାଁ ମୁହିଁ ହୋଇଥିଲେ । ଏହା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସରକାର ଛାତ୍ର ସଂସଦ ନିର୍ବାଚନ ନେଇ ସକରାତ୍ମକ ଥିବା ପ୍ରକାଶ କରିଥିଲେ । ହେଲେ ଏବେ ପର୍ଯ୍ୟନ୍ତ ନିର୍ବାଚନ ଘୋଷଣା ହୋଇନାହିଁ । ଏହାକୁ ନେଇ ପୁନର୍ବାର ଇଂ ଘଡାଇ ଦ୍ଵିତୀୟ ପୋଷ୍ଟ କରିଛନ୍ତି । ଯାହା ପୁଣି ଭାଇରାଲ ହୋଇଛି । ହେଲେ ଇଂ ଘଡାଇଙ୍କ ଏହି ପୋଷ୍ଟ ପରେ ଏହାକୁ ଛାତ୍ରଛାତ୍ରୀ ବେଶ ସମର୍ଥନ କରି ନିର୍ବାଚନ ହେବା ଜରୁରୀ ବୋଲି ମତ ଦେଉଥିବା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀ ଓ ଯୁବକ ମାନଙ୍କ ଅଧିକାରକୁ ନେଇ ଇଂ ଘଡାଇ ସ୍ୱର ଉଠାଇବା ରାଜ୍ୟ ରାଜନୀତିରେ ଆଲୋଚନାକୁ ଖୋରାକ ଯୋଗାଇଥିଲା ବେଳେ ଆଗକୁ ଏହା ଛାତ୍ରଛାତ୍ରୀଙ୍କୁ ଏକତ୍ରିତ କରିବାର ସମ୍ଭାବନା ସୃଷ୍ଟି କରିଛି । ହେଲେ ଦେଖିବାକୁ ବାକି ରହିଲା ସରକାର କେବେ ଯୁବକ ଓ ଛାତ୍ରଛାତ୍ରୀଙ୍କ ଉଡାଣରେ ପକ୍ଷ ଖଞ୍ଜିବେ ତାକୁ ଅପେକ୍ଷା ।

Leave a comment

Your email address will not be published. Required fields are marked *