Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ଛାତ୍ରଛାତ୍ରୀ ଓ ଯୁବକଙ୍କ ଉଡାଣରେ ବାଧା, ଜେନ-ଜି ଉଦାହରଣ ଦେଇ ଦ୍ଵିତୀୟ ପୋଷ୍ଟ କଲେ ପ୍ରୀତିରଞ୍ଜନ

ଛାତ୍ରଛାତ୍ରୀ ଓ ଯୁବକଙ୍କ ଉଡାଣରେ ବାଧା, ଜେନ-ଜି ଉଦାହରଣ ଦେଇ ଦ୍ଵିତୀୟ ପୋଷ୍ଟ କଲେ ପ୍ରୀତିରଞ୍ଜନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଫୁଟବଲ ଖେଳାଳି ଖ୍ରୀଷ୍ଟିଆନୋ ରୋନାଲଡୋଙ୍କ ଜୀବନର ଏକ ଘଟଣା ଓ ତାଙ୍କ ବକ୍ତବ୍ୟ ବେଶ ପ୍ରଣିଧାନ ଯୋଗ୍ୟ । ଅତ୍ୟନ୍ତ ଗରିବ ପରିବାରରେ ଜନ୍ମ ହୋଇ ନିଜ ପ୍ରତିଭା ବଦଳରେ ସେ ଏବେ ଅମାପ ସମ୍ପତ୍ତିର ମାଲିକ । ନିଜ ପରିବାର ପାଇଁ ଏକ ବିଳାଶ ପୂର୍ଣ୍ଣ ବିମାନ କିଣିବାକୁ ଯିବା ବେଳେ ନିଜ ପିଲାଦିନ କଥା ମନେ ପଡ଼ିଲା ପିଲାଦିନେ ସେ କିଭଳି ଚାଲି ଚାଲି ଦଶ କି.ମି ବାଟ ଯାଉଥିଲେ । ଏବେ ମଧ୍ୟ ସେଇ ଅବସ୍ଥାରେ ପିଲା ସ୍କୁଲ ଯାଉଛନ୍ତି । ନିଜର ନିଷ୍ପତ୍ତିକୁ ତୁରନ୍ତ ବଦଳାଇ ଶହେଟି ବସ କିଣି ବିଭିନ୍ନ ସ୍କୁଲକୁ ପ୍ରଦାନ କରିଥିଲେ । ଯାହା ଛାତ୍ରଛାତ୍ରୀଙ୍କ ଗମନାଗମନରେ ବେଶ ସହାୟ ହୋଇଥିଲା । ଏହାକୁ ନେଇ ସେ କହିଥିବା କଥା ବେଶ ପ୍ରଣିଧାନ ଯୋଗ୍ୟ । ସେ କହିଥିଲେ ବିମାନରେ ଉଡିବାକୁ ଉଡାଣ କୁହା ଯାଏନାହିଁ । ପ୍ରକୃତ ଉଡାଣ ହେଉଛି ଅନ୍ୟର ସ୍ୱପ୍ନ ଚରିତାର୍ଥ କରିବା ପାଇଁ ତା ଠାରେ ପକ୍ଷ ଖଞ୍ଜି ଦେବା ।

ସ୍କୁଲ ଶିକ୍ଷା ଶେଷ କରି କଲେଜରେ ପାଦ ଦେଇ ଛାତ୍ରଛାତ୍ରୀ ମାନେ ଅନେକ ସ୍ୱପ୍ନ ଦେଖନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଆଗାମି ଦିନରେ ରାଜ୍ୟ ତଥା ଦେଶର ନେତୃତ୍ୱ ନେବାକୁ ସ୍ୱପ୍ନ ଦେଖନ୍ତି । ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ମାନଙ୍କରେ ଆୟୋଜିତ ହେଉଥିବା ଛାତ୍ର ସଂସଦ ନିର୍ବାଚନରେ ଅଂଶ ଗ୍ରହଣ କରନ୍ତି । ଏଠାରୁ ସୃଷ୍ଟି ହୁଏ ନୂଆ ନେତୃତ୍ବ । ରାଜ୍ୟ ତଥା ଦେଶର ବହୁ ନେତା ମନ୍ତ୍ରୀ ଛାତ୍ର ଜୀବନରୁ ରାଜନୀତି ସହିତ ସମ୍ପୃକ୍ତ ହୋଇ ରାଜ୍ୟ ତଥା ଦେଶର ନେତୃତ୍ୱ ନେଉଛନ୍ତି । ବିଗତ ଦିନରେ ବହୁ ଯୁବକ ବିଭିନ୍ନ ସଂଗ୍ରାମରେ ସାମିଲ ହୋଇ ନିଜର ହକ ହାସଲ କରିବାରେ ସଫଳ ହୋଇଛନ୍ତି । ଦେଶର ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ଯୁବକ ମାନେ ସାମିଲ ହୋଇଥିଲେ ।

ହେଲେ ଏବେ ପରିସ୍ଥିତି ବଦଳି ଯାଇଛି । ଆମ ରାଜ୍ୟରେ ଦୀର୍ଘ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ବିଭିନ୍ନ ଆଳରେ ସ୍ଥଗିତ ରଖିଛନ୍ତି । ରାଜ୍ୟରେ ନୂତନ ସରକାର ଆସିବା ପରେ ମଧ୍ୟ ଏହା ଗତ ବର୍ଷ ବାତିଲ ହୋଇଥିଲା । ଚଳିତ ବର୍ଷ ମଧ୍ୟ ଏହା ବାତିଲ ହେବା ଅବସ୍ଥାରେ ପହଞ୍ଚିଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସରକାର ଛାତ୍ର ସଂସଦ ନିର୍ବାଚନ କରିବାକୁ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଚଳିତ ବର୍ଷ ନିର୍ବାଚନ ଘୋଷଣା କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ।

ଏହାକୁ ନେଇ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ନିଜ ସାମାଜିକ ଗଣ ମାଧ୍ୟମରେ ଏକ ପୋଷ୍ଟ କରିଥିଲେ । ନିଜ ପୋଷ୍ଟରେ ସେ ନେପାଳର ଜେନ-ଜିର ଉଦାହରଣ ଦେଇ ରାଜ୍ୟରେ ଏହାର ଆଵଶ୍ୟକତା ଅଛିକି ବୋଲି ପ୍ରଶ୍ନ କରିଥିଲେ । ଏହି ପୋଷ୍ଟର ମୂଳ ଲକ୍ଷ ଥିଲା ଛତ୍ରଛାତ୍ରୀଙ୍କ ଅଧିକାରକୁ ନେଇ ସଂଗ୍ରାମର ଆଵଶ୍ୟକତା ଅଛିକି ବୋଲି ପ୍ରଶ୍ନ କରିଥିଲେ । ଏହା ବେଶ ଭାଇରାଲ ହୋଇଥିଲା । ଏହାକୁ ନେଇ ବିଜେପି ଓ ବିଜେଡି ମୁହାଁ ମୁହିଁ ହୋଇଥିଲେ । ଏହା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସରକାର ଛାତ୍ର ସଂସଦ ନିର୍ବାଚନ ନେଇ ସକରାତ୍ମକ ଥିବା ପ୍ରକାଶ କରିଥିଲେ । ହେଲେ ଏବେ ପର୍ଯ୍ୟନ୍ତ ନିର୍ବାଚନ ଘୋଷଣା ହୋଇନାହିଁ । ଏହାକୁ ନେଇ ପୁନର୍ବାର ଇଂ ଘଡାଇ ଦ୍ଵିତୀୟ ପୋଷ୍ଟ କରିଛନ୍ତି । ଯାହା ପୁଣି ଭାଇରାଲ ହୋଇଛି । ହେଲେ ଇଂ ଘଡାଇଙ୍କ ଏହି ପୋଷ୍ଟ ପରେ ଏହାକୁ ଛାତ୍ରଛାତ୍ରୀ ବେଶ ସମର୍ଥନ କରି ନିର୍ବାଚନ ହେବା ଜରୁରୀ ବୋଲି ମତ ଦେଉଥିବା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀ ଓ ଯୁବକ ମାନଙ୍କ ଅଧିକାରକୁ ନେଇ ଇଂ ଘଡାଇ ସ୍ୱର ଉଠାଇବା ରାଜ୍ୟ ରାଜନୀତିରେ ଆଲୋଚନାକୁ ଖୋରାକ ଯୋଗାଇଥିଲା ବେଳେ ଆଗକୁ ଏହା ଛାତ୍ରଛାତ୍ରୀଙ୍କୁ ଏକତ୍ରିତ କରିବାର ସମ୍ଭାବନା ସୃଷ୍ଟି କରିଛି । ହେଲେ ଦେଖିବାକୁ ବାକି ରହିଲା ସରକାର କେବେ ଯୁବକ ଓ ଛାତ୍ରଛାତ୍ରୀଙ୍କ ଉଡାଣରେ ପକ୍ଷ ଖଞ୍ଜିବେ ତାକୁ ଅପେକ୍ଷା ।

Leave a comment

Your email address will not be published. Required fields are marked *