ଓଡ଼ିଶା ଲିଡ୍ସ(କୃଷ୍ଣପ୍ରସାଦ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ପକ୍ଷରୁ ୮୦ ତମ ସ୍ବାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଦ୍ଧିବର ପରିସରରେ ମୂଖ୍ୟ ଅତିଥି ଭାବେ ବୁଦ୍ଧିବର ପଞ୍ଚାୟତ ସରପଞ୍ଚ ସଞ୍ଜୁକ୍ତା ବିଶ୍ବାଳ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସ୍କୁଲ ପରିଚାଳନା କମିଟି ସଭାପତି ଖଗେଶ୍ବର ତରେଇ ସଭ୍ୟ ସୁନା ତରେଇ ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନା, ସହକାରୀ ଶିକ୍ଷକ ବୁଦ୍ଧଦେବ ତରେଇ, ଶୁଶାନ୍ତ କୁମାର ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷକ ସହଯୋଗ କରିଥିଲେ।

ବୁଦ୍ଧିବର ଡିଆକୁଦା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ପ୍ରଧାନ ଶିକ୍ଷକ ବିଦ୍ୟାଧର ସ୍ୱାଇଁ ପତାକା ଉତ୍ତୋଳନ କରିଥିଲା ବେଳେ ସହକାରୀ ଶିକ୍ଷକ ଦଇତାରୀ ବିଶ୍ବାଳ, ଖେଳ ଶିକ୍ଷକ ପଞ୍ଚାନନ ଜେନାଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଓ ପରିଚାଳନା କମିଟି ସଭାପତି ଅଭିମନ୍ୟୁ ତରେଇ ସହଯୋଗ କରିଥିଲେ। ବୁଦ୍ଧିବର ପଞ୍ଚାୟତ ପରିସରରେ ସରପଞ୍ଚ ସଞ୍ଜୁକ୍ତା ବିଶ୍ବାଳ ପତାକା ଉତ୍ତୋଳନ କରିଥିଲେ ।




















