ଓଡ଼ିଶା ଲିଡ୍ସ(ବ୍ୟୁରୋ): ଶ୍ରୀଲଙ୍କାର ଗାଲେ ଠାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ଦୁଇ ଉଇକେଟ ବିନିମୟରେ ୨୮୮ ରନ୍ ସଂଗ୍ରହ କରିଛି ।
ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦେବଦତ୍ତ ପାଡିକଲ୍ ୧୩୧ ଓ ଋଷଭ ପନ୍ତ ୨୭ ରନ କରି ଅପରାଜିତ ଅଛନ୍ତି । ଓପନର କେ.ଏଲ. ରାହୁଲ ୭୭ ରନ କରି ରିଟାୟର୍ଡ ହର୍ଟ ହୋଇଛନ୍ତି । ବର୍ଷା କାରଣରୁ ପ୍ରଥମ ଦିନ ଖେଳ ବାଧାପ୍ରାପ୍ତ ହୋଇ ମାତ୍ର ୭୩ ଓଭର ଖେଳ ସମ୍ଭବ ହୋଇଛି । ଜୟସ୍ୱାଲ ୩୨ ରନ ଓ ଅଧିନାୟକ ଗିଲ ୧୬ ରନ କରି ଆଉଟ ହୋଇଛନ୍ତି ।




















