ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଜୁ ନବୀନ ଇନସ୍ପିରେସନାଲ ଫାଉଣ୍ଡେସନ ବିବାଦର ଝଡ଼ ସୃଷ୍ଟି କରିଥିଲା ବେଳେ ଗୋଟିଏ ଦିନ ତଳେ ବରିଷ୍ଠ ନେତ୍ରୀ ଏଭଳି କୌଣସି ଟ୍ରଷ୍ଟ ନଥିବା କହିଥିଲେ । ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏ ବିଷୟରେ ନିଜେ କହିଛନ୍ତି, ବିଜୁ ବାବୁ ଚାରିଟି ବା ଦାତବ୍ୟ କାର୍ଯ୍ୟ ପାଇଁ ଜଣାଶୁଣା ଥଲେ । ମୋ ଭାଇ ଭଉଣୀ ଓ ମୁଁ କଟକସ୍ଥିତ ଆନନ୍ଦ ଭବନକୁ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଦାନ କରିଛୁ । ମୁମ୍ୱାଇରେ ବେକ ଅପରେସନ ପୂର୍ବରୁ ମୁଁ ଯେତେବେଳେ ଡାକ୍ତରଙ୍କ ପରାମର୍ଶ ପାଇଁ ଦିଲ୍ଲୀ ଯାଇଥିଲି ସେତେବେଳେ ଏ ନେଇ ଆଲୋଚନା କରିଥିଲେ । ଗୁରୁତର ବେକ ଅପରେସନ ପୂର୍ବରୁ ଓଡ଼ିଶାବାସୀଙ୍କ ପାଇଁ ବିଜୁ ବାବୁଙ୍କ ନାଁରେ ଟ୍ରଷ୍ଟ ଖୋଲିବାକୁ ନିଷ୍ପତ୍ତିୟ ନେଇଥିଲି । ଓଡ଼ିଶା ବାସୀଙ୍କ ସ୍ୱାର୍ଥ ପାଇଁ ମୁଁ ନିଜେ ୧ ଲକ୍ଷ ଟଙ୍କା ଦେଇଥିଲି । ଏହି ଟ୍ରଷ୍ଟକୁ ବିଜେଡି କିମ୍ୱା ଅନ୍ୟ କୌଣସି ଦଳୀୟ ପାଣ୍ଠିରୁ ଅର୍ଥ ଆସିବ ନାହିଁ ବୋଲି କହିଛନ୍ତି ନବୀନ । ବିଭିନ୍ନ ବିଷୟରେ ନିରବ ରହୁଥିବା ନବୀନ ବିବାଦ ସୃଷ୍ଟି ହେବା ପରେ ନବୀନ ନିଜେ ଏ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ।
ନବୀନଙ୍କ ସ୍ପଷ୍ଟୀକରଣ ପରେ ପ୍ରଶ୍ନ ଉଠାଇଛି ବିଜେପି । ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି, ଓଡ଼ିଶାବାସୀଙ୍କ ବିଶ୍ୱାସ ଭାଙ୍ଗିଛନ୍ତି ନବୀନ । ଫାଉଣ୍ଡେସନ ଖୋଲିଲା ବେଳେ କାହିଁକି ସ୍ପଷ୍ଟୀକରଣ ରଖିନଥିଲେ? ଏବେ ଚୋରି କରି ଧରା ପଡ଼ିବା ପରେ ସ୍ପଷ୍ଟୀକରଣ ରଖୁଛନ୍ତି । ଏହି ଫାଉଣ୍ଡେସନ ଯଦି ଓଡ଼ିଶାରେ କାମ କରିବ, ତାହେଲେ ଓଡ଼ିଶାରେ କାହିଁକି ରେଜିଷ୍ଟ୍ରେସନ ହେଲା ନାହିଁ ବୋଲି ଓଲଟି ପ୍ରଶ୍ନ କୃଚ୍ଣ୍ଟିବ। ଏଥିରେ ରାଜନୈତିକ ଲୋକ କାହିଁକି ରହିଲେ? ମୁଁ ବାଚସ୍ପତିଙ୍କ ଜରିଆରେ ଗୃହକୁ ଅବଗତ କରିଛି ଏବଂ ଏହି ଘଟଣାର ତଦନ୍ତ ଦାବି କରିଛି ବୋଲି କହିଛନ୍ତି ସନ୍ତୋଷ ଖଟୁଆ ।
ଅନ୍ୟପକ୍ଷରେ ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କେଉଁ ଆଧାରରେ ଏହି ଟ୍ରଷ୍ଟ ଗଠନ ହୋଇ ନାହିଁ ବୋଲି କହିଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି ।




















