ଓଡ଼ିଶା ଲିଡ୍ସ(ବ୍ୟୁରୋ): ୨୦୨୧ ଜୁଲାଇ ମାସ ୧୧ ତାରିଖରେ ତତ୍କାଳୀନ ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ତତ୍କାଳୀନ ଡିଏଫଓ ସଂଗ୍ରାମ ବେହେରା ପାରଳାଖେମୁଣ୍ଡି ଏସଡ଼ିଜେଏମ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ତତ୍କାଳୀନ ଏସିଏଫ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା । ନିଜ ସରକାରୀ ବାସଭବନରେ ସୌମ୍ୟ ରଞ୍ଜନ ୯୦ ଭାଗ ପୋଡି ହୋଇ ଯାଇଥିଲେ । ଚିକତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରି ପତ୍ନୀଙ୍କ ଅବହେଳାରୁ ଏହି ଘଟଣା ଘଟିଥିବା କହିଥିଲା । ହେଲେ ଏଥିରେ ସନ୍ତୁଷ୍ଟ ନହୋଇ ମୃତ ସୌମ୍ୟଙ୍କ ବାପା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।




















