ଓଡ଼ିଶା ଲିଡ୍ସ(ବ୍ୟୁରୋ): ଲଗାଣ ବର୍ଷା ଫଳରେ ରାୟଗଡ଼ା ରେଲୱେ ଟ୍ରାକ୍ରେ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଟ୍ରେନ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ଲଗାଣ ବର୍ଷା ଯୋଗୁଁ ଟ୍ରାକ୍ରେ ୩ ଫୁଟର ପାଣି ମାଡି ଯାଇଛି । ଫଳରେ
ଟିକିରି-ରାଉଳି ଷ୍ଟେସନ ମଝିରେ ଡିଏମ୍ୟୁ ଟ୍ରେନ ଅଟକି ରହିଛି ।
ପ୍ରାୟ ୨ ଘଣ୍ଟା ହେବ କୋରାପୁଟ-ବିଶାଖାପାଟଣା ଡିଏମ୍ୟୁ ଅଟକି ରହିବାରୁ ଯାତ୍ରୀ ମାନେ ସମସ୍ୟାର ସମ୍ମୁଖିନ ହୋଇଛନ୍ତି ।




















