ଓଡ଼ିଶା ଲିଡ୍ସ(ବ୍ୟୁରୋ): ବର୍ଷିୟାନ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁଙ୍କର ପରଲୋକ ହୋଇ ଯାଇଛି । ସେ କିଛି ଦିନ ହେଲା ଲିଭର ସିରୋସିସ ରୋଗରେ ପୀଡ଼ିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଓଲିଉଡ଼ ଜଗତରେ ଅନେକ ସଫଳ ଚଳଚ୍ଚିତ୍ର ଭେଟି ଦେଇ ସେ ଜଣେ ସଫଳ ଚଳଚ୍ଚିତ୍ର ପ୍ରଯୋଜକ ଭାବେ କ୍ଷତି ଅର୍ଜନ କରିଥିଲେ । ତାଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ଜୋର ଯାର ମୂଲକ ତାର, କି ହେବ ଶୁଆ ପୋଷିଲେ, ଉଦଣ୍ଡୀ ସୀତା ଓ ପଞ୍ଜୁରୀ ଭିତରେ ଶାରୀ ବେଶ ଦର୍ଶକୀୟ ଆଦୃତି ଲାଭ କରିଥିଲା ।ତାଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।




















