ଓଡ଼ିଶା ଲିଡ୍ସ(ଯାଜପୁର): ଶାନ୍ତି ଓ ଭାଇଚାରାର ସହର ଯାଜପୁର ଟାଉନ ଅଶାନ୍ତ ହୋଇ ପଡିଛି । ଗତକାଲି ରାତି ପ୍ରାୟ ୧୧ ଟା ସମୟରେ କାଳିମେଘା ନିକଟରେ ଅଜଣା ବନ୍ଧୁକଧାରୀଙ୍କ ଗୁଳି ମାଡ଼ରେ ସୌମ୍ୟ ରଞ୍ଜନ ସାମଲ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇ ଯାଇଛି । ଯୁବକ ଜଣକ ତାଙ୍କ ଘରକୁ ଫେରୁଥିଲା ବେଳେ ଦୁଇଜଣ ଯୁବକ ବାଇକରେ ଆସି ତାଙ୍କ ଉପରକୁ ଗୁଳି ମାଡ଼ କରିଥିବା ଆଲୋଚନା ହେଉଛି । ଆହତ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାୟ ଆଜି ସକାଳ୫.୩୦ ମିନିଟ ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ଖବର ପାଇ ଯାଜପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଗୁଳିକାଣ୍ଡ ଘଟଣା ପରେ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ଘଟଣା ପୋଲିସ ପାଇଁ ଆହ୍ୱାନ ସୃଷ୍ଟି କରିଛି ।




















