ମାଙ୍କ ହାତରେ ଦେଲେ ଚିକିତ୍ସା ପାଇଁ ଜାତୀୟ ପୁରସ୍କାର ଅର୍ଥ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଯାଜପୁରର କୁନି ଝିଅ ତ୍ରିଶିକା ଏକ ବିରଳ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କ ଚିକତ୍ସା ପାଇଁ ବିପୁଳ ଅର୍ଥର ଆଵଶ୍ୟକତା ଅଛି । ବହୁ ବଦାନ୍ୟ ବ୍ୟକ୍ତି ତ୍ରିଶିକାଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଛନ୍ତି । ଏହି ଖବର ପାଇ ତୃଷିକାଙ୍କ ଚିକିତ୍ସା ପାଇଁ ବରିଷ୍ଠ ରାଜନେତା ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ବୋହୁ ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଧର୍ମପତ୍ନୀ ଅଭିନେତ୍ରୀ ତଥା ପ୍ରଯୋଜିକା ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଆଗେଇ ଆସିଛନ୍ତି। ତାଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘ଲହରୀ’ ୭୨ ତମ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ହାସଲ କରିଥିଲା । ମିଳିଥିବା ପୁରସ୍କାର ରାଶି ୨ ଲକ୍ଷ ଟଙ୍କା କୁନି ଝିଅ ତ୍ରିଶିକାଙ୍କ ଚିକିତ୍ସା ପାଇଁ ପ୍ରଦାନ କରିଛନ୍ତି।
ଜଣେ କୁନି ଝିଅର ଜୀବନ ରକ୍ଷା ପାଇଁ ଏଭଳି ସହଯୋଗର ହାତ ବଢ଼ାଇବା ନିଶ୍ଚିତ ଭାବେ ଏକ ମାନବିକ ଓ ପ୍ରଶଂସନୀୟ ପ୍ରୟାସ। ଅଭିନେତ୍ରୀ ଝିଲ୍ଲୀକ କହିଛନ୍ତି ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କରିଥିବା ପୁରସ୍କାର ମୋ ଜୀବନର ସବୁଠାରୁ ବଡ଼ ସମ୍ପତ୍ତି । ଆଜି ତ୍ରିଶିକାଙ୍କ ଚିକିତ୍ସା ପାଇଁ ସେଇ ଅର୍ଥରାଶି ମୁଁ ପ୍ରଦାନ କରିଛି । ସେ ସୁସ୍ଥ ହେବା ଜରୁରୀ । ଏହା ସହିତ ସମସ୍ତେ ତ୍ରିଶିକାଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢାଇବାକୁ ସେ ନିବେଦନ କରିଛନ୍ତି । ଝିଲ୍ଲୀକଙ୍କ ଏହି ବଦାନ୍ୟତାକୁ ନେଇ ବିଭିନ୍ନ ମହଲରୁ ତାଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଛି ।



















