ଓଡ଼ିଶା ଲିଡ୍ସ(ଯାଜପୁର):ଚଳିତବର୍ଷ ବୈତରଣୀର ଶାଖା ନଦୀ ବୁଢାରେ ବାରମ୍ବାର ବନ୍ୟା ଆସି ବ୍ୟାପକ ଅଞ୍ଚଳ ଜଳମଗ୍ନ କରିଥିଲା । ନଦୀର ପ୍ରଖର ସ୍ରୋତ ଫଳରେ ବ୍ୟାପକ ନଦୀକୂଳ ଅଞ୍ଚଳର ଚାଷ ଜମି ଅତଡା ଖାଇ ନଦୀରେ ମିଶିବା ଆରମ୍ଭ କରିଛି । ବୁଢା ପୋଲ ଛକ ନିକଟ ଚାଷ ଜମି କଡ଼ ପାୟ ୫ଶହ ମିଟର ଜମି ନଦୀରେ ମିଶିଯାଇଛି । ଏଠାରେ ପଥର ପ୍ୟାକିଙ୍ଗ କରି ଚାଷ ଜମିକୁ ସୁରକ୍ଷିତ ରଖିବାକୁ ଦାବି ହୋଇଛି ।



















