ଓଡ଼ିଶା ଲିଡ୍ସ(କୃଷ୍ଣପ୍ରସାଦ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦ ଆଦର୍ଶ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ କୃଷ୍ଣପ୍ରସାଦ ବ୍ଲକ ଵିଡିଓ ଅମୀୟ କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଵଳନ ସହିତ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଅତିଥିଭାବେ କୃଷ୍ଣପ୍ରସାଦ ଥାନା ଆରକ୍ଷୀ ନିରୀକ୍ଷକ ବିଚିତ୍ରାନନ୍ଦ ପ୍ରଧାନ, ଵି ଆର ସି ସି ସିଦ୍ଧେଶ୍ଵର କରଣ, ଏଵିଇଓ ପ୍ରକାଶ ଚନ୍ଦ୍ର ବେହେରା, ସିଆରସିସି ରମାକାନ୍ତ ଜେନା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟବ୍ରତ ନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷୟିତ୍ରୀ ଶୁଭଲଷ୍ମୀ ଖଟୁଆ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟରେ ଶିକ୍ଷାଦାନ ସମୟରେ କିପରି ବିଦ୍ୟାକୁ ସହଜରେ ଆହରଣ କରିପାରିବ ସେ ବିଷୟରେ ଵିଡିଓ ଶିକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷାର୍ଥୀ ମନେ କିପରି ଜ୍ଞାନ ଆହରଣ କରି ନିଜ ପିତା ମାତା, ଗାଁ, ରାଜ୍ୟ ତଥା ଦେଶର ନାମ ରଖିପାରିବେ ଅତିଥିମାନେ ସେ ନେଇ ପରାମର୍ଶ ଦେଇଥିଲେ ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ସହଯୋଗ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ସହିତ ଅବିଭାବକ ଯୋଗ ଦେଇଥିଲେ।



















