ଓଡ଼ିଶା ଲିଡ୍ସ(କୃଷ୍ଣପ୍ରସାଦ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବଡଦଣ୍ଡା ଠାରେ ଗଢି ଉଠିଥିବା ସିରିଡ଼ି ସାଇବାବାଙ୍କ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ସାତ ତାରିଖ ଦିନ ମହିଳା ମାନଙ୍କ ଦ୍ୱାରା ୧୦୮ କଳସ ଯାତ୍ରା ଆୟୋଜିତ ହୋଇଥିଲା । ଏହା ପରେ ପୂଜକ ମାନେ ଯଥାବିଧି ପୂଜାପାଠ ଆରମ୍ଭ କରିଥିଲେ। ସେହି ଦିନ ଠାରୁ ତିନି ଦିନ ଧରି ନାମ ସଂକୀର୍ତନ, ହୋମ ଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ ଆୟୋଜିତ ହୋଇଥିଲା । ତିନି ଦିନ ଧରି ଉକ୍ତ ପୀଠରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ୧୦ଟି ସଂକୀର୍ତନ ଦଳ ନାମ ସଂକୀର୍ତ୍ତନରେ ଯୋଗଦାନ କରିଥିଲେ। ଗୁରୁବାର ଦିନ ବାର୍ଷିକ ଉତ୍ସବର ପୂର୍ଣ୍ଣାହୁତି ଆୟୋଜିତ ହୋଇ ଯାଇଛି। ସିରିଡି ସାଇ ସ୍ୱର୍ଣ୍ଣ ଧାମ ଚାରିଟେବୁଲ ଟ୍ରଷ୍ଟର ବିଜୟ ତରାଇ, ନିର୍ଦ୍ଦେଶକ ରାଧାକାନ୍ତ ବିଷୋୟୀ, କାର୍ଯ୍ୟକାରୀ ସଭାପତି ହେମନ୍ତ କୁମାର ଜେନା , ସହ ସମ୍ପାଦକ ଗଜେନ୍ଦ୍ର ସାହୁ ଓ ଉପଦେଷ୍ଟା ଜି କେଦାର କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବା ବେଳେ ଗ୍ରାମବାସୀ, ଯୁବକ ସଂଘ ଏବଂ ନିକଟସ୍ଥ ଗ୍ରାମବାସୀ ମଧ୍ୟ ସହଯୋଗ କରିଥିଲେ।




















