ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ହୀରାକୁଦର ୪ ଗେଟ ଦେଇ ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି । ଆଜି ଦିନ ୧୧ଟାରେ ୪ଟି ଗୋଟ୍ ଖୋଲାଯାଇଛି । ଡ୍ୟାମର ବାମ ପଟେ ତିନିଟି ଓ ଦକ୍ଷିଣ ପଟେ ଗୋଟିଏ ଗେଟ ଖୋଲାଯାଇଛି । ପରବର୍ତ୍ତୀ ସମୟରେ ଅଧିକ ଗେଟ୍ ଖୋଲି ୧ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ପାଣି ଛଡ଼ାଯିବ ବୋଲି କାର୍ତ୍ତୁରପକ୍ଷ ସୂଚନା ଦେଇଛନ୍ତି। ଉପର ମୁଣ୍ଡରେ ଅଧିକ ବର୍ଷା ହେବା ଫଳରେ ହୀରାକୁଦର ଜଳଭଣ୍ଡାରରର ଜଳସ୍ତର ୬୧୧ ଫୁଟ ଟପିବା ପରେ ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ପାଣି ଛଡ଼ାଯିବା ପରେ ମହାନଦୀର ତଳମୁଣ୍ଡରେ ଜଳପ୍ରବାହ ବଢ଼ିବା ନିଶ୍ଚିତ ହୋଇଛି । ୧୦ରୁ ଅଧିକ ଜିଲ୍ଲା ଦେଇ ମହାନଦୀ ପ୍ରବାହିତ ହେଉଥିବାରୁ, ଏହି ସବୁ ଜିଲ୍ଲାର ତଳିଆ ଅଂଚଳର ଲୋକଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି । ପ୍ରଥା ଅନୁଯାୟୀ ପୂଜାପାଠ ପରେ ପ୍ରଥମେ ହୀରାକୁଦ ସ୍ପିଲୱେର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲିଛି। ମହାନଦୀ ଓ ଏହାର ଶାଖା ନଦୀର ଜଳସ୍ତର ଆଗାମୀ ୩୬ ରୁ ୪୮ ଘଣ୍ଟା ମଧ୍ୟରେ ବୃଦ୍ଧି ପାଇବ ବୋଲି ଜଣା ଯାଇଛି ।




















