ଓଡ଼ିଶା ଲିଡ୍ସ(ବ୍ରହ୍ମଗିରୀ): କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସିପିଆ ଗ୍ରାମରେ ଗତକାଲି କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଏହି ସମୟରେ ପ୍ରବଳ ପବନ ସହିତ ବଜ୍ରପାତ ଯୋଗୁଁ ଗ୍ରାମରେ ଭୟର ବାତାବରଣ ଖେଳିଯାଇଥିଲା । ଅପରାହ୍ନରେ ଅଞ୍ଚଳରେ ହଠାତ୍ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ପ୍ରବଳ ପବନ ସହିତ ଘଡ଼ଘଡ଼ି ଓ ବିଜୁଳି ମାରିଥିଲା। ଗ୍ରାମର ଜଣେ ବାସିନ୍ଦାଙ୍କ ବାଡ଼ିରେ ଥିବା ଏକ ନଡ଼ିଆ ଗଛ ଉପରେ ହଠାତ୍ ବଜ୍ରପାତ ହୋଇଥିଲା। ଫଳରେ ଗଛଟିରେ ନିଆଁ ଲାଗିଯାଇଥିଲା ଏବଂ ଦେଖୁ ଦେଖୁ ତାହା ସମ୍ପୂର୍ଣ୍ଣ ଜଳି ଯାଇଥିଲା । ବାରମ୍ବାର ହେଉଥିବା ବଜ୍ରପାତକୁ ଦୃଷ୍ଟିରେ ରଖି ଜନସଧାରଣଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।




















